ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀର ସଂକ୍ରମଣ ଯୋଗୁଁ ଦେଶବାସୀ ନିଜ ଜୀବନ ନେଇ ଆତଙ୍କିତ ହୋଇଥିବା ବେଳେ ସାଢ଼େ ୪ ମାସ ଧରି ଦେଶର କୋଟି କୋଟି ମନ୍ଦିର, ମସଜିଦ, ଗୀର୍ଜାଘର ଆଦି ବନ୍ଦ ରହିଛି । ସବୁ ଧର୍ମର କୋଟି କୋଟି ଦେବତା, ପୂଜକ, ବାବା, ମାତା, ଫାଦର ଆଦି କିଛି ଜନଗଣଙ୍କ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ସରକାରଙ୍କ କୌଣସି ଭୂମିକା ଦେଖିବାକୁ ମିଳୁନାହିଁ । ସରକାର, ପ୍ରଶାସନ, ଡାକ୍ତରଖାନା ଆଦି ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ କର୍ମୀ ହିଁ ଲୋକଙ୍କ ଆଶା ଓ ଭରସା ହୋଇଛନ୍ତି । ବରଂ ଧର୍ମୀୟ ବାବାମାନେ ମଝିରେ ମଝିରେ ଲୋକଙ୍କୁ ଠକିବା ଭଣ୍ଡିବାର ହୀନ ଉଦ୍ୟମ ଜାରି ରଖିଛନ୍ତି ବୋଲି ଅଭିଯୋଗ ହୋଇ ଆସୁଥିବା ସି.ପି.ଆଇ(ଏମ୍-ଏଲ୍) ପକ୍ଷରୁ ଅଭିଯୋଗ ହୋଇଛି । ସିପିଆଇ ପୁଣି ଅଭିଯୋଗ କରିଛି ଯେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରି ସାରିଲାଣି । ଦେଶ ବିପଦ ଆଡକୁ ଗତି କରିଲାଣି ।ଆବଶ୍ୟକୀୟ ଟେଷ୍ଟ ହୋଇପାରୁ ନାହିଁ । ଡାକ୍ତର, ମେଡିକାଲ ଷ୍ଟାଫ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଘୋର ଅଭାବ ରହିଛି । ବେଡ଼ ନାହିଁ, ଆଇସିୟୁ ନାହିଁ, ଅକ୍ସିଜେନ ମିଳୁ ନାହିଁ, ଭେଣ୍ଟିଲେଟରର ଘୋର ଅଭାବ, ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚୁନାହିଁ, କେବଳ ପ୍ରଚାର ସର୍ବସ୍ୱ ନୀତି ହୋଇଛି । ଦେଶର ୧୪କୋଟି ଲୋକ ରୋଜଗାର ହରେଇଲେଣି । କେବଳ ସରକାରୀ କର୍ମଚାରୀ ଓ ପେନସନ ଗ୍ରହୀତାଙ୍କୁ ଛାଡି ଦେଶର ଉଚ୍ଚ ମଧ୍ୟବିତ୍ତ ଠାରୁ ଆରମ୍ଭ କରି ସାଧାରଣ ଶ୍ରମଜୀବୀ ସମସ୍ତେ ହାହାକାର ବୋଲି ସି.ପି.ଆଇ(ଏମ୍-ଏଲ୍) ପକ୍ଷରୁ ଅଭିଯୋଗ କରାଯାଇଛି । ନିମ୍ନ ମଧ୍ୟବିତ୍ତଙ୍କ ସବୁ ସଞ୍ଚିତ ଧନ ପ୍ରାୟ ଶେଷ ହୋଇଗଲାଣି । ଗରିବ ଅତି ଗରିବଙ୍କୁ ପଚାରେ କିଏ । ହଜାରେ ଅଭାବିଙ୍କ ମଧ୍ୟରୁ ୧୦ ଜଣଙ୍କୁ ସାମାନ୍ୟ ସହାୟତା ଦେଇ ୯୦୦ଚବିଶ ଘଣ୍ଟିଆ ଟିଭି ଚ୍ୟାନେଲ ଓ ୩୦୦୦ଖବର କାଗଜରେ ବ୍ୟାପକ ପ୍ରଚାର ଚାଲିଛି । ଜନଗଣଙ୍କ ସ୍ଵାର୍ଥକୁ ଉପେକ୍ଷା କରି ଶାସକ ଶ୍ରେଣୀର ରକ୍ଷାକବଚ ହୋଇ ଗଣମାଧ୍ୟମ କାମ କରୁଛି ବୋଲି ସି.ପି.ଆଇ(ଏମ୍-ଏଲ୍) ପକ୍ଷରୁ ଅଭିଯୋଗ କରାଯାଇଛି । ଲୋକଙ୍କ ପ୍ରକୃତ ସମସ୍ୟା ପ୍ରତି ସାମାନ୍ୟତମ ଦରଦ ନାହିଁ । ଦେଶର ମାତ୍ର ୧୬ ଭାଗ ଲୋକଙ୍କ ପାଖରେ କମ୍ପୁଟର, ଲାପଟପ ଓ ଇଣ୍ଟରନେଟ ସୁବିଧା ଯୁକ୍ତ ମୋବାଇଲ ରହିଛି । ଆମ ଦେଶର ଇଣ୍ଟରନେଟ ଓ ଡାଟା ସେବା ପୃଥିବୀର ସବୁ ଦେଶଠାରୁ ତଳେ । ରାଜଧାନୀ ଭୁବନେଶ୍ୱରର ବହୁ ଅଞ୍ଚଳକୁ ନେଟ ଆସୁନାହିଁ, ଗାଁ ଗହଳି ସୁଦୂର ମଫସଲ ଅଞ୍ଚଳକୁ ପଚାରେ କିଏ ବୋଲି ସିପିଆଇ ପ୍ରଶ୍ନ କରିଛି । ଅନଲାଇନ ଶିକ୍ଷା, ଡିଜିଟାଲ ଇଣ୍ଡିଆ, ସବୁ ସରକାରୀ କାମ କେବଳ ଇଣ୍ଟରନେଟ ଜରିଆରେ ହେଉଥିବା ଯୋଗୁଁ ୯୦ ଭାଗ ଲୋକ ନିଯୁକ୍ତି ହରାଇ ବସିଛନ୍ତି । ବଡ଼ ମୋବାଇଲ ଧରିଥିବା ଲୋକ କେବଳ ୟୁଟବରେ ସିନେମା, ଯାତ୍ରା, ସିରିୟଲ ଦେଖିବା ବ୍ୟତୀତ କିଛି ଜାଣିନାହାନ୍ତି । ସରକାରୀ ଅଫିସ ବନ୍ଦ ଅର୍ଥ ୮୫ ଭାଗ ଲୋକଙ୍କ ସବୁ କାମ ବନ୍ଦ । ଏହିଭଳି ଏକ ସଂକଟପୂର୍ଣ୍ଣ ଘଡିସନ୍ଧି ମୁହୂର୍ତ୍ତରେ ରାମ ମନ୍ଦିର ନିର୍ମାଣ କରି ସୁନା, ଚାନ୍ଦି ଇଟାରେ ମନ୍ଦିର ନିର୍ମାଣ କରି ଦେଶର କୋଟି କୋଟି ଟଙ୍କା ବ୍ୟୟ କରିଥିବା ବେଳେ ଏପରେ ଉପାର୍ଜନ ହରା ହୋଇ ଭୋକ ଉପବାସରେ କୋଟି କୋଟି ପରିବାର ରହିଥିବା କେତେଦୂର ସମ୍ମୁଚିନ ସରକାର ବିଚାର କରିବା ଆବଶ୍ୟକ ବୋଲି ସି.ପି.ଆଇ(ଏମ୍-ଏଲ୍) କହିଛି । ସେଠାରେ କେନ୍ଦ୍ର ସରକାରଙ୍କ ସାମାଜିକ ଦୂରତ୍ୱ ନିୟମ ଓ ଲକଡାଉନ ନିୟମକୁ ଫୁ କରି ଉତ୍ସବ ମନେଇବା, ଦେଶର ୧୨୦ କୋଟି ଲୋକଙ୍କ ପ୍ରତି ଉପହାସ ବ୍ୟତୀତ ଆଉ କିଛି ନୁହେଁ । ହୁଏତ ୧୫ କୋଟି ଲୋକଙ୍କ ପାଇଁ କିଛି ଫରକ ପଡିନପାରେ । ସରକାର ସର୍ବନିମ୍ନ ସ୍ୱାସ୍ଥ୍ୟସେବା ଓ ଜୀବିକା ଯୋଗେଇବାରେ ନିଜର ଅସହାୟତା ପ୍ରକାଶ କରୁଛି । ଅର୍ଥାଭାବ ବୋଲି ଲୋକଙ୍କ ସମ୍ମୁଖରେ ଯୋଜନାବଦ୍ଧ ମିଛ ପ୍ରଚାର କରୁଛନ୍ତି । କିନ୍ତୁ ରାମ ମନ୍ଦିର, ରାଫେଲ କିଣା ଆଦି କାର୍ଯ୍ୟର ପ୍ରଚାରରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହିଭଳି ଏକ ବିଶ୍ୱ ମହାମାରୀ ଭଳି ଭୟଙ୍କର ସମସ୍ୟା ମଧ୍ୟରେ ଦେଶବାସୀ କାଳ କାଟୁଥିବା ସମୟରେ ଯେଉଁ ସରକାର, ଯେଉଁ ନେତା, ଯେଉଁ ସଂଗଠନ, ଯେଉଁ ପ୍ରଶାସନ ଓ ଯେଉଁ ମିଡ଼ିଆ ଏହିଭଳି ଜଘନ୍ୟ କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେମାନଙ୍କ ଠାରୁ କଣ ଆଶା କରିବା ବୋଲି ସିପିଆଇ ପ୍ରଶ୍ନ କରିଛି । ରୋମ ସାମ୍ରାଟଙ୍କ ବଂଶୀ ବାଦନ ସହିତ ସମାନ । ଏଭଳି ଜନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦୃଢ଼ ସ୍ୱର ଉତ୍ତୋଳନ କରିବା ସହ ପ୍ରତି ଗାଁରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତର ନିଯୁକ୍ତି, ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଓ ରୋଜଗାର ଭଳି ଏକ ଜନବାଦୀ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି । ଚୁପ ନ ରହି ସ୍ୱର ଉତ୍ତୋଳନ କରନ୍ତୁ । ଯଦି ନିଜେ ସ୍ୱର ଉତ୍ତୋଳନ କରିବାକୁ ଡରୁଛନ୍ତି, ଯେଉଁମାନେ ଲଢ଼ୁଛନ୍ତି ସେମାନଙ୍କ ସାଥ ଦେଇ ସେମାନଙ୍କ ମନୋବଳକୁ ବୃଦ୍ଧି କରି ଗାଁ ଗାଁରେ ସଂଘଟିତ ହେବା ପାଇଁ ଜିଲ୍ଲା ବାସୀ ନିକଟରେ ସିପିଆଇ(ଏମ୍-ଏଲ୍) ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ନିବେଦନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା