

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରାଷ୍ଟ୍ରୀୟ ଲୋକ ଅଦାଲତ ଏସଡିଜେଏମ ସନ୍ତୋଷ କୁମାର ପାଣିଗ୍ରାହୀ ଓ ସବ ଜଜ ସ୍ଵୟଂପ୍ରଭା ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨ଟି ବ୍ୟାଙ୍କ ଓ ୨୩ ଏଫଆରଟି ମାମଲାର ସମାଧାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ଆଇନଜୀବୀ ଡମିନାଥ ସାହୁ, ଷ୍ଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ରାଜ୍ୟ ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା, ପ୍ରଦୀପ ପାତ୍ର, ସୌରୀ ପ୍ରସାଦ ବେହେରା, ପ୍ରଦୀପ କୁମାର ପାଢ଼ୀ, ଦିଲ୍ଲୀପ ପଟ୍ଟନାୟକ, ଛତ୍ରପୁର ଆଇନଜୀବୀ ସଂଘର ସଭାପତି କେ. ଶିବରାମ ରେଡ୍ଡୀ, ଟି. ମୋହନ ରେଡ୍ଡୀ, ଚୈତନ୍ୟ ପ୍ରଧାନ, ଶଶୀଭୂଷଣ ପଟ୍ଟନାୟକ, ସୁରେଶ ସେନାପତି, ଅଶୋକ ପଣ୍ଡା, ପର୍ଶୁରାମ ଗୌଡ଼, ମନୋଜ ବେହେରାଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ହୋଇ ମାମଲାର ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


