

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଗବାନପୁର ଗ୍ରାମ ପଞ୍ଚାୟତର ମାଣିଆକାଠି ଛକ ନିକଟରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ତରଫରୁ ଏନ୍.ଏଚ୍ ୫୯, ମାଣିଆକାଠି ଠାରୁ ଦୁଲାଡ ଭାୟା ପଦରାଇଶୁଣି, ଭଗବାନପୁର ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ସକାଶେ ଶୁଭ ପକାଯାଇଥିଲା । ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ । ଏଥିସହିତ ବ୍ଲକ ଉପାଧ୍ୟକ୍ଷ ବିକଳ ବେହେରା, ପ୍ରମୋଦ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ । ଭଗବାନପୁର ଗ୍ରାମ ପଞ୍ଚାୟତର ସଦାନନ ଗୈାଡ, ବିଚିତ୍ର ପାତ୍ର, ସଂଜୀବ କୁମାର ଗୈାଡ, କାହ୍ନୁ ଗୈାଡ, ପ୍ରଦୀପ ମହାଙ୍କୁଡ, ପ୍ରକାଶ ବେହେରା, ବୁଲୁ ଗୈାଡ, ପାଣ୍ଡବ ବେହେରା, ଧବଳ ବେହେରା, ରବିନ୍ଦ୍ର ବେହେରା ଆଦି ଯୁବ ସମାଜସେବୀ ଗଣ ସେଠାରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରି ଲୋକଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଏହା ସହିତ ଅସୁରବନ୍ଧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଥିଲେ । କୋରନା କଟକଣାକୁ ଆଖି ଆଗରେ ରଖି ସାମାଜିକ ଦୂରତା ରକ୍ଷା କରି ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।

