

ଭଞ୍ଜନଗର (ସମୃଦ୍ଧ ଓଡିଶା) ରାତି ସାରା ଲଗାଣ ବର୍ଷା କାରଣରୁ ରାତ୍ରି ପ୍ରାୟ ୨ଟା ସମୟରେ ଭଞ୍ଜନଗର ନିକଟସ୍ଥ ଜିଲୁଣ୍ଡି ମୁଖ୍ୟ ରାସ୍ତା ଉପରେ ଏକ ଗଛ ପଡିଯିବାରୁ ଭଞ୍ଜନଗର – ବ୍ରହ୍ମପୁର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ରାତ୍ର ସମୟରେ ଯାତାୟାତ କରୁଥିବା ଅନେକ ବସ ରାସ୍ତା ଉପରେ ଅଟକି ରହିଥିଲା । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଗଛ କଟାଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡିଛି ।
ରିପୋର୍ଟ – ନିଲୁ ବିଷୋୟୀ

