ରାୟଗଡ଼ାରେ ଭାରତ ବନ୍ଦ ଡାକରାର ପ୍ରଭାବ…

ରାୟଗଡ଼ା (ସମୃଦ୍ଧ ଓଡିଶା) ୧୨ ଦଫା ଦାବି ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷର ସମଗ୍ର ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି । ଆଜି ଜିଲ୍ଲାର ୧୧ ଗୋଟି ବ୍ଲକରେ ବିଭିନ୍ନ ସଂଗଠନ ବନ୍ଦ ପାଳନ କରୁଛନ୍ତି । ସେହିପରି ରାୟଗଡା ସହରର କପିଳାସ ଛକରେ ବିଭିନ୍ନ ସଂଗଠନ ରାସ୍ତାରୋକ କରିବା ସହ ପିକେଣ୍ଟିଂ କରି ବନ୍ଦରେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି । ସେହିପରି ଶ୍ରମିକ ସଂଗଠନର ଶତାଧିକ କର୍ମୀ ରେଳ ରୋକ କରିଛନ୍ତି । ଫଳରେ ରାୟଗଡା ଷ୍ଟେସନ୍ ଦେଇ ଯାତାୟତ କରୁଥିବା କୋରାପୁଟ ଭିଶାଖା ଦି ଏମ୍ ୟୁ ଟ୍ରେନ୍ ଦୀର୍ଘ ସମୟ ଧରି ଅଟକ ରହିଥିଲା । ବନ୍ଦର ପ୍ରଭାବ ରାୟଗଡା ସହରରେ ପଡିଥିବା ବେଳେ ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି । ଶ୍ରିମିକମାନଙ୍କ କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନକୁ ବିରୋଧ କରିବା ସହ ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ପରି ୧୨ ଦଫା ନେଇ ଆଜି ବନ୍ଦ ପାଳନ କରାଯାଉଛି । ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଟ୍ରେଡ ୟୁନିୟନର ବନ୍ଦ ଡାକରାରେ ସାମିଲ ହୋଇ ଆଗାମୀ ଦିନରେ ଯଦି ସରକାର ଦାବୀ ଗୁଡିକ ନ ମାନନ୍ତି ତା ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇଏନଟିୟୁସିର ସାଧାରଣ ସଂପାଦକ ଭବାନୀ ଶଙ୍କର ଜେନା, ସିଟୁ ରାୟଗଡା ଜିଲ୍ଲା ସଭାପତି ଚନ୍ଦନ ହରେନ୍ଦ୍ର ନାଥ ପ୍ରମୁଖ ଧର୍ମଘଟରେ ସାମିଲ ହୋଇଥିଲେ । କୌଣସି ଅପ୍ରିତକର ପରିସ୍ଥିର ମୁକାବିଲା କରିବା ପାଇଁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ