

ରାୟଗଡ଼ା (ସମୃଦ୍ଧ ଓଡିଶା) ଗତ ୨୩ ତାରିଖ ଦିନ ରାୟଗଡା ସହରର ନୂଆସାହି ଅଞ୍ଚଳରୁ ଉଦ୍ଦାର କରାଯାଇଥିବା ନରକଙ୍କାଳକୁ ଚିହ୍ନଟ କରାଯାଇଛି । ଉକ୍ତ ନରକଙ୍କାଳଟି ନିଖୋଜ ହୋଇଯାଇଥିବା ସିଆରପିଏଫ୍ ହେଡ଼ କନେଷ୍ଟବଳ ଧରମ୍ ଦେବଙ୍କ ବୋଲି ସ୍ପଷ୍ଟ କରାଯାଇଛି । ଗତକାଲି ଧରମ୍ ଦେବ ଙ୍କ ଶବକୁ ବ୍ରହ୍ମପୁରର ଏକ ଲେବୋରଟୋରୀରେ ଫୋରେଂସିକ୍ ଓ ଡିଏନ୍ଏ ଯାଞ୍ଚ କରାଯିବା ପରେ ଶବ ଚିହ୍ନଟ ହୋଇଛି । ତେବେ ଗତକାଲି ରାତି ଉକ୍ତ ଶବକୁ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆଜି ସିଆରପିଏଫର ୪ର୍ଥ ବାଟାଲିୟନ ମୁଖ୍ୟାଳୟରେ ମୃତ୍ୟୁ ଯବାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ପରେ ନିଜ ଗାଁ ଗୋରାଖପୁର ସ୍ଥିତ ନିଜ ଗାଁଙ୍କୁ ନିଆଁ ଗୋଲା । ଏହି ଅବସରରେ ସିଆରପିଏଫ୍ ର ସେକେଣ୍ଡ କମାଣ୍ଡଣ୍ଟ୍ ଏସ୍.କେ.ଠାକୁର, ନିତୁ ରୟ ଓ ରାୟଗଡା ଏସପି ଶର୍ବଣା ବିବେକ୍.ଏମ୍. ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଧରମ୍ ଦେବଙ୍କ ମୃତ୍ୟୁ ଘଟଣା ରହସ୍ୟଘେରରେ ଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଯଥାଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେଙ୍କ ପକ୍ଷରୁ ଦାବି ହୋଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
