

ରାୟଗଡା (ସମୃଦ୍ଧ ଓଡିଶା) ପାକିସ୍ଥାନ ଆତଙ୍କବାଦୀ ପକ୍ଷରୁ ସିଆରପିଏଫ ଯବାନମାନଙ୍କୁ ଟାର୍ଗେଟ କରି ଯେଉଁ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା ସେଥିରେ ବୋହୁ ସିଆରପିଏଫ ଯବାନ ଶହିଦ ହୋଇଥିବା ବେଳେ ଓଡିଶାର ଦୁଇଜଣ ଯବାନ ମଧ୍ୟ ଶହିଦ ହୋଇଛନ୍ତି । ସାରା ଦେଶ ଏହି ଆକ୍ରମଣକୁ ନିନ୍ଦା କରୁଥିବା ବେଳେ ଯଥାଶୀଘ୍ର ଆତଙ୍କବାଦଠୁ ପ୍ରତିଶୋଧ ନିଆଯାଉ ବୋଲି ଦେଶବାସୀ ଚାହୁଁଛନ୍ତି । ଏହି ପରିପ୍ରକ୍ଷୀରେ ଗତକାଲି ସନ୍ଧ୍ୟାରେ ଶହିଦ ଯବାନଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ନାଗରିକବୃନ୍ଦ ଓ ଗଣମାଧ୍ୟମ ପକ୍ଷରୁ ବିରାଟ କ୍ୟାଣ୍ଡଲ ଶୋଭାଯାତ୍ରା ସ୍ଥାନୀୟ ଗଜପତି ଛକରୁ ବାହାରି ମୁଖ୍ୟ ବଜାର ଦେଇ ମାହାତ୍ମା ଗାନ୍ଧୀ ପାର୍କ ନିକଟରେ ପହଁଚିଥିଲା । ଏଥିରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରଛାତ୍ରୀ, ଲୋକସଭା ସାଂସଦ ଝିନ୍ନ ହିକକା, ବିସମକଟକ ବିଧାୟକ ଜଗନ୍ନାଥ ସାରକା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର କୁମାର ଦାଶ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରୁକା, ଇମ୍ଫା କମ୍ପାନୀର ଲୋକସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ୪ର୍ଥ ବାଟାଲିୟନ ସିଆରପିଏଫ ଯବାନଙ୍କ ସମେତ କମାଣ୍ଡଡେଂଟ ଓ୍ୱାଇ.କେ.ରାଜପୁତ, ସେକେଣ୍ଡ ଇନ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ, ଏସକେ. ଠାକୁର, ଡେପୁଟି କମାଣ୍ଡଡେଂଟ ଆଶୋକ ପି.ଏମ.ଆର. ଏନ.ତ୍ୟାଗୀ, ନୂତନ ଓ ତତ୍କାଳିନ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ସାହୁଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ପୋଲିସ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ସାମିଲ ହୋଇ କ୍ୟାଣ୍ଡଲ ଜଳାଇ ଶହିଦ ଯବାନଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ







