ରାୟଗଡ଼ା ଲୋକ ମହୋତ୍ସବର ଦ୍ୱିତୀୟ ରଜନୀ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଆଦିବାସୀ ଲୋକପର୍ବ ‘ଚଇତି’ ମହୋତ୍ସବ ଦ୍ୱିତୀୟ ରଜନୀରେ ସଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ ଜମିଥିଲା । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦ୍ୱିତୀୟ ଦିନ ପ୍ରାରମ୍ଭରେ ମଞ୍ଚ ଉପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ‘ଚଇତି’ ଉତ୍ସବ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଇସ୍ପାତ ଓ ଖଣି ତଥା ପୂର୍ତ୍ତି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲେ । ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ନିର୍ଦେଶକ ରାଜେଶ ପାଢୀ ମଞ୍ଚାସୀନ ଅତିଥିଙ୍କୁ ସ୍ୱାଗତ ଅଭିଭାଷଣ ଜଣାଇଥିଲେ । ପରେ ଉତ୍ସବ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ମଲ୍ଲିକ ସଭାରେ ଉଦବୋଧନ ଦେଇ ରାୟଗଡା ଜିଲ୍ଲାର କଳା ସଂସ୍କୃତି ଅନନ୍ୟ ଏବଂ ଅନ୍ୟ ଜିଲ୍ଲାଠୁ ଭିନ୍ନ । ଏହି ଜିଲ୍ଲାରେ ଲୋକ କହିଲେ ଆଦିବାସୀଙ୍କୁ ବୁଝାଯାଏ । ଏଠାର ଲୋକ ସରଳ, ନିସ୍କପଟ ଓ ନିସ୍ପାପ ମଣିଷ । ଚଇତି ହେଉଛି କଳା ସଂସ୍କୃତିର ମଞ୍ଚ । ରାଜ୍ୟ ଓ ରାଜ୍ୟ ବାହର ସମସ୍ତ ଅଞ୍ଚଳରୁ ଏଠାରେ କଳା ସଂସ୍କୃତି ପ୍ରଦର୍ଶନ ସକାଶେ କଳାକାର ଆସିଛନ୍ତି । ଯାହା ‘ଚଇତି’ ମଞ୍ଚ ମାଧ୍ୟମରେ ସାରା ଦେଶ ଓ ବିଶ୍ୱରେ ପରିଚୟ ଏଠାର ସଂସ୍କୃତିକୁ ପରିଚୟ ପ୍ରଦାନ କରିବ ପାଇଁ କହିଥିଲେ । ରାଜ୍ୟରେ ସରକାର ଯେଭଳି କଳା ସଂସ୍କୃତିକୁ ପ୍ରାଧନ୍ୟ ଦେଉଛନ୍ତି । ସେହିପରି ସାମଗ୍ରୀକ ବିକାଶ ସକାଶେ ସରକାର ଚେଷ୍ଟିତ ଅଛନ୍ତି । ଏ ନେଇ ଆଦିବାସୀଙ୍କୁ ଆଗକୁ ଆଣିଲେ ହିଁ ସାରା ରାଜ୍ୟର ସାମଗ୍ରୀକ ଉନ୍ନତି ଘଟିବ । ଅନୁରୂପ ସ୍ୱସ୍ଥସେବା କ୍ଷେତ୍ରର ରାୟଗଡା ଜିଲ୍ଲାରେ ଉନ୍ନିତି ଅଣିବା ଲକ୍ଷ୍ୟରେ ରାଜ୍ୟ ସରକାର ମେଡିକାଲ କଲେଜ ପ୍ରତିଷ୍ଟା ପାଇଁ ପ୍ରଚେଷ୍ଟା କରୁଥିବା ଉଲ୍ଲେଖ କରିଥିଲେ । ସେହିଭଳି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଯୋଗଦେଇ ‘ଚଇତି’ ହେଉଛି ଜିଲ୍ଲାର ମହୋତ୍ସବ । ଯେଉଁଠି ସବୁ ଜିଲ୍ଲାବାସୀ ଏକତ୍ରିତ ହୋଇ ଏହାର ପ୍ରତ୍ୟେକ ମୁହୂର୍ତ୍ତର ମଜା ନେବା । ମଞ୍ଚରେ କଳାକାରଙ୍କ ଦ୍ୱାରା ପରିବେଶିତ ପ୍ରତିଟି ସଂସ୍କୃତିକ କାର୍ଯ୍ୟକ୍ରମରକୁ ଉପଭୋଗ କରିବା ସହିତ ଆଦିବାସୀଙ୍କ ଆଦିମ ଲୋକକଳା, ପରମ୍ପରା ଓ ସଂସ୍କୃତିକୁ ଉଜ୍ଜିବିତ କରୁଥିବା ‘ଚଇତି’ ମଞ୍ଚର କଳାକାରଙ୍କୁ ଉାତ୍ସାହିତ କରିବା ସକାଶେ ଜିଲ୍ଲାପାଳ ଉପସ୍ଥିତ ଦର୍ଶକଙ୍କୁ କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ୍‍ ଯୋଗଦେଇ ପରମ୍ପରା, ଲୋକକଳା ସୃସ୍କୃତିର ମହୋତ୍ସବ ଚଇତିକୁ ଦେଖିବା ଲାଗି ସାରା ରାଜ୍ୟରୁ ଦର୍ଶକ ଆସିଛନ୍ତି । ଏମାନଙ୍କ ସୁରକ୍ଷା ପ୍ରଦାନ କରିବା ରାୟଗଡା ପୁଲିସ ପ୍ରଶାସନର ଦାୟିତ୍ୱ । ଚଇତି ଉତ୍ସବକୁ ମନଭରି ଉପଭୋଗ କରି ଅଞ୍ଚଳର କଳା ସଂସ୍କୃତିକୁ ସାରା ରାଜ୍ୟରେ ପହଞ୍ଚାଇବା ଚଇତିର ଲକ୍ଷ୍ୟ ରହିଥିବା କହିଛନ୍ତି । ଜାତୀୟ ଦୃଷ୍ଟି ବାଧିତ କ୍ରୀକେଟ କୋଚ ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରୁତ ଋତୁରାଜ ଓ ଗୁଣୁପୁର ଉପଜିଲ୍ଲାପାଳ ବିଏସ ବଳିରାମ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ । ସେହିଭଳି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସନ୍ତୁନୁ ମହାପାତ୍ରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି । ଚଇତି ଅଭିନ୍ଦନ ସମ୍ମାନ ମୁର୍ଲି ଗୌଡଙ୍କ ପ୍ରଦାନ କରାଯାଇଛି । ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରରମ୍ଭରେ ମ୍ୟୁଜିକ ଗ୍ୟାଲାକ୍ସି ଟିମ ପକ୍ଷରୁ ସ୍ୱାଗତ ସଙ୍ଗୀତୠାନ କରିଥିଲେ । ଗଜପତି ଜିଲ୍ଲାରୁ ଆସିଥିବା ପ୍ରିୟଙ୍କା ଗ୍ରୁପ ମାହାରି ନୃତ୍ୟ କଳାକାରଙ୍କ ଦ୍ୱାରା ସଂସ୍କୃତିକ ଲୋକନୃତ୍ୟ ମଞ୍ଚସ୍ଥ ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଜିଲ୍ଲା ଡଙ୍ଗରିଆ ଉନ୍ନୟନ ସଂସ୍ଥା ଚାଟିକଣାରୁ ଆସିଥିବା କଳାକରଙ୍କ ଦ୍ୱାରା ଜିଲ୍ଲାର ଆଦିମ ପାରମ୍ପାରିକ ଲୋକନୃତ୍ୟ ମଞ୍ଚସରେ ପରିବେଷଣ ହୋଇଥିଲା । ପରେ ସୁଦୂର ପଡୋଶୀ ଦେଶ ଶ୍ରୀଲଙ୍କା ଓ ନେପାଳରୁ ଆସିଥିବା ନୃତ୍ୟଶୀଳ୍ପିଙ୍କ ଦ୍ୱାରା ନିଜ ଦେଶର ପାରମ୍ପରିକ ଲୋକନୃତ୍ୟ ‘ଚଇତି’ ମଞ୍ଚରେ ଦର୍ଶକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଥିଲା । ଶ୍ରୀଲଙ୍କାରୁ ଆସିଥିବା କଳାକରଙ୍କ ଦ୍ୱାରା ସଂସ୍କୃତିକ ଲୋକନୃତ୍ୟ ପରିବେଷଣକୁ ଦେଖି ଝୁମିଥିଲେ ଦର୍ଶକ । ଉପରୋକ୍ତ ଦେଶର ଲୋକନୃତ୍ୟକୁ ଦେଖି ‘ଚଇତି’ ମଞ୍ଚ ପାଶ୍ୱର୍ରେ ଦର୍ଶକଙ୍କ ଭାରି ଭିଡ ଜମାଇଥିଲେ । ନୃତ୍ୟଶୀଳ୍ପିଙ୍କ ନିପୁଣ କଳାକାରି ଦେଖି ଉପସ୍ଥିତ ଦର୍ଶକ ଚରମ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା । ଅନୁରୂପ ପଡୋଶୀ ପଶ୍ଚିମବଙ୍ଗରୁ ଆସିଥିବା କଳାକରଙ୍କ ସାଂସ୍କୃତିକ ଲୋକନୃତ୍ୟରେ ମଞ୍ଚ ଦୁଲୁକିଥିଲା । ‘ଚଇତି’ର ଦ୍ୱିତୀୟ ରଜନୀରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଦ୍ୱାରା ମଞ୍ଚରେ ପରିବେଷଣ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା । ପଡୋଶୀ ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର ଓ ବୌଦରୁ ଆସିଥିବା କଳାକାର ନଜିର ପାରମ୍ପାରିକ ଲୋକନୃତ୍ୟ ମଞ୍ଚରେ ପରିବେଷଣ କରିଥିଲେ । ପରେ କୋରାପୁଟିଆ ଢେମସାର ତାଳେତାଳେ କାଶୀପୁର ସିମନ ନୃତ୍ୟ ଗ୍ରୁପ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ସର୍ବଣା ବିବେକ ଏମ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମୃତ ଋତୁରାଜ, ଉପଜିଲ୍ଲାପାଳ ଗୁଣୁପୁର ବିଏସ ବଳିରାମ, ରାୟଗଡା ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ସମତ ଅନ୍ୟ ପ୍ରମୁଖ ଅଧିକାରୀ ମଞ୍ଚରେ ଉପସ୍ଥିତ ରହିଥିଲେ । 

ରିପୋର୍ଟ : ତୁଷାର ରଞ୍ଜନ ସାହୁ