![ରାୟଗଡାରେ କଡାକଡି ଭାବେ ହେଉଛି ମୋଟର ଯାନ ଯାଞ୍ଚ…](https://i0.wp.com/www.samrudhaodisha.com/wp-content/uploads/2019/09/WhatsApp-Image-2019-09-05-at-4.08.57-PM.jpeg?fit=581%2C354&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/09/WhatsApp-Image-2019-09-05-at-4.08.58-PM.jpeg?resize=640%2C350&ssl=1)
ରାୟଗଡା (ସମୃଦ୍ଧ ଓଡିଶା) ଟ୍ରାଫିକ୍ ନିୟମକୁ ଉଲଂଘନ କରୁଥିବା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିୟମକୁ କଡାକଡି କରିବା ପାଇଁ ଜୋରିମାନାକୁ ବୃଦ୍ଧି କରି କେନ୍ଦ୍ର ସରକାର ମୋଟର ଭାଇକେଲ ଏକ୍ଟ (ଏମ.ଭି.ଆକ୍ଟ)ରେ ସଂଶୋଧିତ କରି ନୂତନ ନିୟମକୁ ପ୍ରଣୟନ କରି ଟ୍ରାଫିକ୍ ନିୟମକୁ ସମସ୍ତେ ମାନି ଚଳିବା ପାଇଁ ସାରା ଦେଶରେ ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଓଡିଶାରେ ମଧ୍ୟ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ପରିବହନ ଓ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ପୋଲିସ କର୍ମଚାରୀ ଏବଂ ରାୟଗଡା ଆଂଚଳିକ ପରିବହନ ଅଧିକାରୀ ଦିଲ୍ଳୀପ କୁମାର ଦଳେଇଙ୍କ ନେତୃତ୍ୱରେ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ କେ.ଭେଙ୍କେଟେଶ, ଏମଭିଆଇ ଶିବ ଶଙ୍କର ଚୈାଧୁରୀ, ଟ୍ରାଫିକ୍ ଇନ୍ସପେକ୍ଟର ଯୁଧିଷ୍ଟିର ଲେଙ୍କା, ଜୁନିୟର ଏମଭିଆଇ ଆର.କେ.ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଗୁରୁବାର ଦିନ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ନିକଟ ଟ୍ରାଫିକ୍ ପୋଷ୍ଟ ଠାରେ ବିନା ହେଲମେଟରେ ଦୁଇ ଚକିଆ ଯାନ ଚଲାଉଥିବା ଚାଳକ, ଡ୍ରାଇଭିଂ ଲାଇସେନ୍ସ, ଗାଡି ରେଜିଷ୍ଟ୍ରେସନ କାଗଜପତ୍ର, ବୀମା, ପ୍ରଦୁଷଣ ପ୍ରମାଣପତ୍ର, ପରମିଟ୍ ପ୍ରମାଣପତ୍ର, ଦୁଇରୁ ଉର୍ଦ୍ଧ ଦୁଇ ଚକିଆ ଯାନରେ ବସିବା, ଚାରି ଚକିଆ ଯାନ ଡ୍ରାଇଭର ସିଟ୍ ବେଲଟ୍ ନ ବାନ୍ଧିବା ଆଦି ନିୟମକୁ ନେଇ ଯାଞ୍ଚ କରାଯାଇଥିଲା । ଏହି ଚେକିଂ ସମୟରେ ୪୧ଜଣ ଗାଡି ଚାଳକଙ୍କ ଠାରୁ ୧ଲକ୍ଷ ୮୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଗତ ସେପ୍ଟେମ୍ବର ୧ତାରିଖରେ ଲାଗୁ ହୋଇଥିବା ଏମ.ଭି.ଆକ୍ଟ ସଂଶୋଧିତ ନିୟମକୁ ପାଳନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବବେଳେ ଆଗାମୀ ଦିନରେ ମଧ୍ୟ ଏହି ଚେକିଂ ଜାରି ରଖାଯାଇ ରାୟଗଡା ଜିଲ୍ଳାରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ହ୍ରାସ କରିବା ଓ ନୂତନ ଟ୍ରାଫିକ୍ ନିୟମ ଉଲଂଘନ କଲେ କେତେ ପରିମାଣର ଜୋରିମାନା ଆଦାୟ କରାଯିବ ସେ ନେଇ ବ୍ୟାନର, ପୋଷ୍ଟର ଓ ଗାଡିରେ ମାଇକ ଯୋଗେ ଜିଲ୍ଳାର ସମସ୍ତ ଅଂଚଳରେ ବ୍ୟାପକ ପ୍ରଚାର ପ୍ରସାର କରି ସଚେତନ କରାଯାଇଥିବା ନେଇ ଆରଟିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
![](https://i0.wp.com/www.samrudhaodisha.com/wp-content/uploads/2019/09/WhatsApp-Image-2019-09-05-at-4.08.58-PM-1.jpeg?resize=640%2C351&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/09/WhatsApp-Image-2019-09-05-at-4.08.57-PM-1.jpeg?resize=640%2C352&ssl=1)