ରାୟଗଡାରେ ବିଶ୍ୱ ମିତବ୍ୟୟୀତା ଦିବସ ପାଳନ : ମୁଖ୍ୟଅତିଥି ଭାବେ ଜିଲ୍ଲାପାଳଙ୍କ ଯୋଗଦାନ

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଂଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟୀତା ଦିବସ ପାଳନ ହୋଇଯାଇଛି । ଏନେଇ ସହର ସ୍ଥିତ ଗଜପତି ଛକରୁ ଜନ ସଚେତନତା ଉଦ୍ଧେଷ୍ୟରେ ଏକ ଶେଭାଯାତ୍ରା କରାଯିବା ସହ ଏକ ରଥର ଶୁଭାରମ୍ଭ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକ ଯୋଗ ଦେଇ ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ସହର ପରିକ୍ରମା କରି ପୌର ପରିଷଦ କାର୍ଯ୍ୟାଳୟରେ ପହଂଚି ଥିଲା । ଏଠାରେ ଏକ ସଧାରଣ ସଭାର ଆୟୋଜନ ହୋଇଥଲା । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଗୁହାପୁନମ ତାପସକୁମାର ଯୋଗ ଦେଇଥିଲେ । ପିଡିଡିଆରଡିଏ ଅମୃତ ଋତୁରାଜ, ଅତିରିକ୍ତ ଜିଲାପାଳ ସୁଧାକର ଶବର କାର୍ଯ୍ୟକ୍ରମରେ ଯୋଗଦେଇ ସଂଚୟ କରିବା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଅତିଥିମାନେ ସଂଚୟ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱଳ୍ପ ସଂଚୟ ପରିଚାଳକ ଡି କେ ନାୟକ, ରାୟଗଡା ପୌର ପରିଷଦ ନିର୍ବାହୀ ଅଧିକାରୀ ମଙ୍ଗତଲାଲ ଜୈନ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । ରାୟଗଡା ମହିଳା ମହାବିଦ୍ୟାଳୟ ଓ ରାୟଗଡା ସ୍ୱଂୟ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇ ଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ । 
                                                                      (ରିପୋର୍ଟ – ତୁଷାର ରଞ୍ଜନ ସାହୁ )