

ରାୟଗଡା (ସମୃଦ୍ଧ ଓଡିଶା) ବିଜୁ ଯବୁ ଛାତ୍ର ଜନତା ଦଳ ପକ୍ଷରୁ ‘ହକ୍ ମାଗଛି ଓଡିଶା’ କାର୍ଯ୍ୟକ୍ରମ ରାୟଗଡା ସ୍ଥିତ ସାରଳା ଛକ ନିକଟରେ ଅୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଲାଲବିହାରୀ ହିମିରିକା, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର, ଜିଲ୍ଲା ବିଜେଡି ସଭାପତି ବିନାୟକ କର, ବରିଷ୍ଠ ବିଜେଡି ନେତା ନିରଂଜନ ବକ୍ସିପାତ୍ରଙ୍କ ସମେତ ଛାତ୍ର ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଓଡିଶା ପ୍ରତି ବମୈାତୃ କମନୋଭାବ ପୋଷଣ କରୁଥିବା ନେଇ ଆଲୋଚନା ହୋଇଥିଲା । ବିଜେପି ୨୦୧୪ରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ ମାନ୍ୟାତା ପ୍ରଥମ ଏଜେଣ୍ଡାରେ ରଖିଥିଲା, ତେବେ ଚୌକି ମିଳିବା ପରେ ବିଜେପି ତାର ପ୍ରତିଶ୍ରୁତି ଭୁଲି ଯାଇଥିବା ନେଇ ଅଭିଯୋଗ ହୋଇଥିଲା । ନିଯୁକ୍ତିକ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ଓ ଜନସଂଖ୍ୟା ଆଧାରରେ ଓଡିଶାର ୪୦ ଲକ୍ଷ ଯୁବକ ଯୁବତୀ ଙ୍କୁ ନିଯକ୍ତୁ ପ୍ରଦାନ କରାଯିବା ନେଇ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ସରକାର ଗଠନ ପରେ ତାହାକୁ ଭୁଲି ଯାଇଥିବା ସଭାରେ ମତ ପ୍ରକାଶ ପାଇଥିଲା । ଓଡିଶାର ଜୀବନ ରେଖା ମହାନଦୀକୁନେଇ ବିଜେପି ହୀନ ରାଜନୀତି ଚଳାଉଛି ବୋଲି ବିଜେଡି ଅଭିଯୋଗ କରିଛି । କୃଷକଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଦୀର୍ଘ ଦିନ ଧରି ଦାବି କରି ଆସିଥିବା ବେଳେ ଏଥିରେ କେନ୍ଦ୍ର ସରକାର ଓଡିଶା କୃଷକଙ୍କୁ ଉପେକ୍ଷିତ କରୁଥିବା କୁହାଯାଇଛି । କେନ୍ଦ୍ର ସରକାର ଉଜ୍ୱଳା ଯୋଜନାକୁ ବହୁତ ପ୍ରଚାର କରୁଥିବା ବେଳେ ବାସ୍ତବରେ କେନ୍ଦ୍ର ସରକାର ଏହି ଯୋଜନାକୁ ସଫଳ କରିବାରେ ଅସଫଳ ହୋଇଛନ୍ତିବୋଲି ସାଭାରେ ଆଲୋଚନା ହୋଇଛି । ଆଜି ରାୟଗଡା ସହରରେ ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ଗାଁଗାଁରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


