


ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲା ପ୍ରଶାସନ ଓ ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁଡନ୍ୟୁଜ ଇଣ୍ଡିଆ ଡ୍ରିମ ସେଣ୍ଟରରୁ ୭୬ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନର କରାଯାଇଛି । ସାରା ରାଜ୍ୟରେ ଏଭଳି କେନ୍ଦ୍ର ଉପରେ ଚଢ଼ଉ କରାଯାଇଥିବାବେଳେ ରାୟଗଡା ସହରସ୍ଥିତ ବିଦ୍ୟୁତ କଲୋନୀ ପାଶ୍ୱର୍ରେ ରହିଥିବା ଏହି କେନ୍ଦ୍ରକୁ ଗତ ତନି ଦିନ ତଳେ ରାୟଗଡା ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଚଢଉ କରାଯାଇଥିଲା । ସମସ୍ତ କାଗଜ ପତ୍ର ଓ ଭିତ୍ତିଭୂମି ତଦାରଖ କରିବା ପରେ ଆଜି ପ୍ରଶାସନ ପକ୍ଷରୁ ଉପଜିଲାପାଳ ପ୍ରବୀରକୁମାର ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ନାୟକ ଚାଇଲ୍ଡ ଲାଇନର ଅଧିକାରୀ ଆସି ସମସ୍ତ ୭୬ ଜଣ ବାଳିକାକୁ ଉଦ୍ଧାର କରିବା ସହ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ । ରାୟଗଡା ଜିଲାରେ ଏହି ସଂସ୍ଥା ଗତ ୨୦୦୯-୧୦ରୁ ଚାଲିଆସୁଥିବାବେଳେ ଏହାର କେନ୍ଦ୍ର ବିଷମକଟକ ଓ ତୁମ୍ବିଗୁଡାରେ ରହିଥିଲା । ପରେ ନିଜସ୍ୱ କୋଠା ନିର୍ମାଣ କରିବା ପରେ ବିଦ୍ୟୁତ କଲୋନୀକୁ ସ୍ଥାନାନ୍ତର କରାଯାଇଥିଲା । ଏହି ସଂସ୍ଥାକୁ ରିୟାଜ ରେହେମାନ ପରିଚାଳନା କରୁଥିଲେ । ଓଡିଶା ସରାକାର ପାଖରେ ଏହି ଆଶ୍ରମ ବିଷୟରେ କୌଣସି ତଥ୍ୟ ରାୟଗଡାରେ ନାହିଁ । ସମ୍ପୂର୍ଣ୍ଣ ବେଆଇନ ଭାବେ ଏହି ଆଶ୍ରମ ରାୟଗଡ଼ାରେ ଚାଲୁଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ