

ରାୟଗଡା(ସମୃଦ୍ଧ ଓଡିଶା) ରାୟଗଡ଼ାରେ ସିଆର୍ପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ ୬୩ତମ ପ୍ରତିଷ୍ଠା ଦିବସ ବୁଧବାର ଉଦ୍ଘାଟିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ମହାସମାରୋହରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ଡିଆଇଜିପି ଏସଡି ପାଣ୍ଡେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବାଟାଲିୟନ ପରିସରରେ ଚାଲିଥିବା ଏହି ଉତ୍ସବର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦ୍ୱିତୀୟ ଦିନରେ ବାଟାଲିୟନ ଯବାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବା ସହ କୃତୀ ଯବାନଙ୍କୁ ଶେଷ ଦିନରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି କମାଣ୍ଡେଣ୍ଟ ୱାଇକେ ରାଜପୁତ, ଦ୍ୱିତୀୟ କମାଣ୍ଡେଣ୍ଟ ମିତୁ ରଏ, ଡେପୁଟି କମାଣ୍ଡେଣ୍ଟ ଅଶୋକ ପିଏମ ଓ ଡେପୁଟି କମାଣ୍ଡେଣ୍ଟ ସନ୍ତୋଷ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
