ରାୟଗଡ଼ା ସହରର ପରିମଳ ବ୍ୟବସ୍ଥା ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ବିଜେପିର ଦାବି

ରାୟଗଡା(ସମୃଦ୍ଧ ଓଡିଶା)ରାୟଗଡ଼ା ଜିଲା ବିଜେପି ପକ୍ଷରୁ ଆଜି ଏକ ସମ୍ବାଦିକ ସମ୍ବିଳନୀ କରି ରାୟଗଡ଼ା ସହରର ପରିମଳ ବ୍ୟବସ୍ଥା ସୁଧାରିବା ସକାଶେ ଜିଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଥିଲେ । ଆଜି ରାୟଗଡ଼ା ବିଜେପି ପକ୍ଷରୁ ଭାରତୀୟ ଜନତା ପାର୍ଟିର କାଳିରାମ ମାଝି, କୃଷକ ମୋର୍ଚ୍ଚାର ରଜତ ମାଦଳା, ହଳଧର ମାଝିଙ୍କ ସହ ଅନ୍ୟମାନେ ରାୟଗଡ଼ାର ଅପରଛାନିଆ ପରିମଳ ବ୍ୟବସ୍ଥା ପାଇଁ ଜିଲାପାଳଙ୍କୁ ଦାୟୀ କରିବା ସହ ସହରର ପରିମଳ ବ୍ୟବସ୍ଥା ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନର ଡାକରା ଦିଆଯିବ ବୋଲି କହିଥିଲେ । ସୂଚନାଯୋଗ୍ୟ ଗତ ୩ଦିନ ହେଲା ରୟଗଡା ସହରର ୧୯ଟି ୱାର୍ଡର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାବେଳେ ଜନସାଧାରଣ ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି ।

ରିପୋର୍ଟ:ତୁଷାର ରଞ୍ଜନ ସାହୁ