




ଭୁବନେଶ୍ଵର(ସମୃଦ୍ଧଓଡିଶା) ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରୂପାୟନ ତରଫରୁ ଅସହାୟ ବୃଦ୍ଧଵୃଦ୍ଧlଙ୍କୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଚନ୍ଦ୍ରଶେଖରପୁର ଥାନା ପରିସରରେ ରବିବାର ଦିନ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ରୂପାୟନ ତରଫରୁ ଦୀର୍ଘ ୨୫ ବର୍ଷ ଧରି ପ୍ରତ୍ୟେକ କୋଣ ଅନୁକୋଣରେ ଏହି ଭଳି ସାମାଜିକ କାର୍ଯ୍ୟ ଅବିଛିନ୍ନ ଭାବେ ଜାରି ରହିଛି। ରୂପାୟନ ପରିବାର ତରଫରୁ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇଥିବା ବେଳେ, ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ଗରିବ ଝିଅଙ୍କ ବାହାଘର କ୍ଷେତ୍ରରେ ହେଉ ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ଅନବରତ ଭାବେ କରି ଆସୁଛି। ଏହାର ମୂଳ ଲକ୍ଷ୍ୟ ହେଲା ଦଳିତ, ନିଷ୍ପେସିତ ଲୋକଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା। କାର୍ଯ୍ୟକ୍ରମକୁ ରୂପାୟନର ଅଧ୍ୟକ୍ଷା ଶ୍ରଦ୍ଧାଞ୍ଜଳି ରାୟ ପୌରୋହିତ୍ୟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ଯରେ ମନୋଜ ହରିଚନ୍ଦନ, ରଶ୍ମି ରେଖା ସେଠି, ତାପସ ପାଣି, ପ୍ରଶାନ୍ତ ବେହେରା, ପ୍ରମୋଦ ଜେନା, ବର୍ଷା ପ୍ରିୟଦର୍ଶିନୀ, ମମତା ସାହୁ ଓ ବରିଷ୍ଠ ଥାନାଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ସକ୍ରିୟ ସହଯୋଗ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର
