

ପୁରୀ(ସମୃଦ୍ଧ ଓଡିଶା) ଫନି ବାତ୍ୟାର ପାଞ୍ଚ ସପ୍ତାହ ବିତିଯାଇଥିଲେ ସୁଦ୍ଧା ପୁରୀ ଜିଲ୍ଲାର ବାତ୍ୟା ବିପନ୍ନ ଅଞ୍ଚଳରେ ଅଦ୍ୟାବଧି ସୁଧାର ଆସି ନ ଥିବା ଦେଖିବାକୁ ମିଳିଛି । ଅନେକ ବିପନ୍ନ ପରିବାର ଗୃହ ଶୂନ୍ୟ ହୋଇ ଏବେ ଯାଏଁ ଖୋଲା ଆକାଶ ତଳେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ଶାଖା ଭାରତୀୟ ରେଡ଼କ୍ରସ ସୋସାଇଟି ସମ୍ପାଦକ ମେଜର ଡ଼ଃ କଳ୍ପନା ଦାସ ଓ ଲକ୍ଷ୍ମଣ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ପୁରୀ ଜିଲ୍ଲାର ଏସବୁ ବିପନ୍ନ ଅଞ୍ଚଳ ଗସ୍ତ କରି ବିପନ୍ନ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଛନ୍ତି । ଲୋକଙ୍କୁ ମଶାରୀ,ତରାପାଲୀନ,ମାଗି,ବିସ୍କୁଟ,ଚକୋଲେଟ ଆଦି ବଣ୍ଟନ କରିବା ସହ କିପରି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଇଛନ୍ତି । ଏହି ଟିମ ପୁରୀଜିଲ୍ଲାର ନିମାପଡା ବ୍ଲକ ଗୋପୀନାଥପୁର ପଞ୍ଚାୟତ,ଅଲଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କୁ ସେବା ଯୋଗାଇ ଥିଲେ । ଏହି ଟିମରେ ସ୍ବେଚ୍ଛାସେବୀ ସୁରେଶ ଗାମୀ,ଗୀତାଞ୍ଜଳି ପଣ୍ଡା,ସଞ୍ଜୟ ପାତ୍ର ,ଅରୁଣ ଦାସ, କୀର୍ତ୍ତନ ବକର, ପ୍ରଶାନ୍ତ ବାରିକ , ପି ପଦ୍ମନାଭ , ପ୍ରଭାତ ଦାସ ,କାହ୍ନ ପ୍ରଧାନ ପ୍ରଦୀପ ମଳିକ ପ୍ରମୁଖ ଅଂଶ ଗ୍ରହଣ କରି ପୁର୍ଣ ସହଯୋଗ କରିଥିଲେ ।
