ଜଳେଶ୍ୱର (ସମୃଦ୍ଧ ଓଡିଶା) ଲକ୍ଷ୍ମଣନାଥ ରେଳ ଷ୍ଟେସନର ଉତ୍ତର ଓ ଦକ୍ଷିଣରେ ଥିବା ଯଥାକ୍ରମେ ଦେଉଳା ଓ ନାଙ୍ଗୁଡସାହିଠାରେ ରେଳ ଲେଭେଲ କ୍ରସିଂ ନଂ ୪୨ ଓ ୪୩ ଫାଟକ ଏଣିକି ମିନି ଫ୍ଲାୟ ଅଭରବ୍ରିଜ୍ରେ ପରିଣତ ହେବ ବୋଲି ଜଣାପଡିଛି । ପୂର୍ବରୁ ଘଣ୍ଟା ଘଣ୍ଟା ଧରି ରେଳଫାଟକ ବଂଦ ରହୁଥିବାରୁ ଜନସାଧାରଣ ଓ ଗୃହପାଳିତ ପଶୁ ଏପରିକି କୃଷି ସାମଗ୍ରୀ ପରିବହନରେ ବ୍ୟାଘାତ ସୃଷ୍ଟି ହେଉଛି । ସେଠାରେ ରେଳ ଫାଟକ ଜଗିବାଲାଗି ରେଳବାଇକୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଗତ ଗୁରୁବାର ଏହି ମିନିଫ୍ଲାୟ ଅଭରବ୍ରିଜ୍ ସର୍ଭେଲାଗି ରାଜ୍ୟସରକାରଙ୍କ ପକ୍ଷରୁ ଜଳେଶ୍ୱରର ଅତିରିକ୍ତ ତହସିଲଦାର, ଆର୍ଆଇ, ରେଭିନ୍ୟୁ ସୁପରଭାଇଜର ଓ ରେଳ ବିଭାଗର ହିଜିଲିସ୍ଥିତ ଆଇ.ଓ.ଡବ୍ଲୁ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ । ନିକଟସ୍ଥ ଗ୍ରାମବାସୀ, ରବିନ୍ଦ୍ର ଦାସ, ଉତ୍ତମ ପ୍ରଧାନ, ଅଜିତ୍ ପାତ୍ର, ସୁଜିତ୍ ପାତ୍ର, ଗଣେଶ ଜେନା, ଜଗବଂଧୁ ପାତ୍ର, ବଂଶୀ ଜେନା, ରବିନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଏପରି ଏକ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ।
ରିପୋର୍ଟ : ଭୂପତି ପରିଡା