ରେଳ ଡାକସେବା କାର୍ଯ୍ୟାଳୟ ପ୍ରତ୍ୟାବର୍ତ୍ତନ ପାଇଁ ଦାବି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡିକୁ ବ୍ରହ୍ମପୁରରୁ ରେଳ ଡାକ ସେବା ଫେରାଇ ଆଣିବା ପାଇଁ ଦାବି ହୋଇଛି । ବିଗତ କିଛିଦିନ ତଳେ ବିଭିନ୍ନ ପତ୍ରିକାରେ ପ୍ରକାଶ ପାଇଥିବା ବ୍ରହ୍ମପୁର ରେଳ ଡାକ ସେବା ପାରଳାଖେମୁଣ୍ଡିକୁ ଫେରାଇ ଆଣିବା ଖବରକୁ ନେଇ ସେ ସମୟରେ ବେସ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ବରିଷ୍ଠ ଆଇନଜୀବୀ ବଟକୃଷ୍ଣ ପାତ୍ର ଏପରି ପ୍ରତିବାଦ ପତ୍ର ଜଣାଇବା ପରେ ଏହି ଖବର ଟି ପ୍ରଘଟ ହୋଇଥିଲା । ଏହାକୁ ନେଇ ଓଡ଼ିଶାର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ(ପିଏମଜି) ତାଙ୍କ ପତ୍ର ମାଧ୍ୟମରେ ବ୍ରହ୍ମପୁର ଡିଭିଜନକୁ ଏକ କାରଣ ଦର୍ଶାଅ ଜବାବ ମାଗିଥିଲେ । ଏହା ପୂର୍ବରୁ ଆଇନଜୀବୀ ଶ୍ରୀ ପାତ୍ର ଗତ ୧୧ ତାରିଖରେ ପୁନର୍ବାର ଭୁବନେଶ୍ୱର ଯାଇ ପିଏମଜିଙ୍କ ସହ ଏବଂ ରେଳ ଡାକ ସେବା ବିଭାଗରେ ଆଲୋଚନା ମଧ୍ୟ କରିଥିଲେ । ଏ ସଂକ୍ରାନ୍ତରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ପତ୍ର ମାଧ୍ୟମରେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ବୋଲି ବିଭାଗକୁ ଜଣାଇଥିବା ଜଣାପଡିଛି । ତେଣୁ ଏହି କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରି ବ୍ରହ୍ମପୁରରୁ ରେଳ ସେବା କାର୍ଯ୍ୟାଳୟକୁ ପାରଳାଖେମୁଣ୍ଡି ଅଣାଯାଉ ବୋଲି ଜିଲ୍ଲାର ବିଭିନ୍ନ ମହଲରୁ ଦାବି କରାଯାଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା