ରୋଗଗ୍ରସ୍ତ ମସ୍ତିଷ୍କ ବିକୃତ ଲୋକଙ୍କୁ ସାହା ହେଲା ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ…

ଯାଜପୁର (ସମୃଦ୍ଧ ଓଡିଶା) ଗାନ୍ଧୀ ଗୋପବନ୍ଧୁ ଆଉ ମଦର ଟେରେସା ଆଦର୍ଶକୁ ଆପଣେଇ ନେଇଥିବା “ସୁର୍ଯ୍ୟାଲୋକ ସମାଜ ସେବା” ସଂଗଠନ ତାର ଉଦିଅମାନ ଯୁବ ସ୍ୱେଚ୍ଛାସେବୀ ବାହିନୀ ସହାୟତାରେ ସମଗ୍ର ଯାଜପୁର ଜିଲ୍ଲାରେ ଜାରି ରଖିଛି ତାର “ବହୁଜନ ହିତାୟ ବହୁଜନ ସୁଖାୟ” ଅଭିଯାନ । ଏହି ପରିପ୍ରେକ୍ଷୀରେ ଆଜି ତଥା ତା ୧୬/୦୧/୨୦୨୦ ରିଖ ଦିନ ଏହି ପରିବାର ନଜରକୁ ଆସିଥିଲା ଜଣେ ରୋଗଗ୍ରସ୍ତ ମସ୍ତିଷ୍କବିକୃତ ପାଗଳ । ଯାହାକୁ ଏହି ପରିବାର ଆଙ୍କୁଲା ଛକରୁ ଉଦ୍ଧାର କରି ଯାଜପୁର ଜିଲ୍ଲା ସଦର ଚିକିତ୍ସାଲୟକୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲେ । ସମ୍ପକୃତ ପାଗଳଟିର ବେକରେ ଘା ହୋଇ ସେଥିରେ ପୋକ ହୋଇଯାଇଥିଲା । ତେଣୁ ସେହି ବ୍ୟକ୍ତିର ପ୍ରାଥମିକ ଚିକିତ୍ସା କରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ କଟକସ୍ଥିତ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ନାଥ ବଳ, ପ୍ରତାପ କୁମାର ନାୟକ, ସ୍ମୃତିରଂଜନ, ବସୁବନ୍ଧୁ ଦାସ, ଅମର ସାହୁ, ଚନ୍ଦ୍ରନାରାୟନ ଦାସ, ଆଲୋକ କୁମାର ଓଝା ଓ ସୁବ୍ରତ ଅଂଶ ଗ୍ରହଣ କରି ସହାୟତା କରିଥିଲେ ଏବଂ କଟକ ବଡ ଡାକ୍ତରଖାନାରେ ଅଭିଜିତ ଭାଇ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

ରିପୋର୍ଟ : ବସୁବନ୍ଧୁ ଦାସ