ଜଳେଶ୍ୱର (ସମୃଦ୍ଧ ଓଡିଶା) ଯେଉଁ ରାଷ୍ଟ୍ର ଅଧିକ ସଚେତନ, ସମାଜ ପ୍ରତି ପ୍ରତିବଦ୍ଧତା, ଜାତୀୟତାବୋଧ ଓ ସେବା ମାନସିକତାରେ ଅଧିକ ପଟୁ ସେ ରାଷ୍ଟ୍ର ବିଶ୍ୱରେ ବିକଶିତ, ପ୍ରଗତିଶୀଳ ଓ ବିତ୍ତଶାଳୀ ବୋଲି ଏଠାରେ ରୋଟାରୀ କ୍ଲବର ୩୨ତମ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ମୂରଲୀ କଲ୍ୟାଣ ମଣ୍ଡପରେ ଆୟୋଜିତ ଜଳେଶ୍ୱର ରୋଟାରୀ କ୍ଲବର ୩୨ତମ ଅଧିଷ୍ଟାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଅତିରିକ୍ତ ଡିଜି ପ୍ରାଣବେନ୍ଦୁ ଆଚାର୍ଯ୍ୟ ଯୋଗ ଦେଇ ସମାଜରେ ଅନାଥ ଶିଶୁ ସ୍ନେହ-ଶ୍ରଦ୍ଧା-ସେବାରୁ ବଞ୍ଚିତ ବୃଦ୍ଧ, ବୃଦ୍ଧା ଏବଂ ସମାଜ ପାଇଁ ଆବଶ୍ୟକ ସନ୍ତୁଳନ ପରିବେଶକୁ ରକ୍ଷା କରିବା ପାଇଁ ଅଧିକ ବୃକ୍ଷରୋପଣ ଏବଂ ବିଶୁଦ୍ଧ ପିଇବା ପାଣି ଯୋଗାଇବା ଲାଗି ଆଜିର ସାମାଜିକ କର୍ମୀମାନେ ଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ପ୍ରଦୀପ କୁମାର ବିଶ୍ୱାଳ (ଆଇ.ଏ.ଏସ୍) ଯୋଗ ଦେଇ ସମୟାନୁବର୍ତ୍ତୀତା, କର୍ତ୍ତବ୍ୟବୋଧ ପ୍ରତି ପ୍ରତ୍ୟେକେ ଗୁରୁତ୍ୱ ଦେଲେ ସାମାଜିକ ବିକାଶର ସହାୟକ ହୋଇ ପାରିବ । ତାଙ୍କ ପ୍ରତିଷ୍ଠିତ ବେସରକାରୀ ସେବା ସଂସ୍ଥା ୟୁନିଭାର୍ସେଲ ସର୍ଭିସ କୋରାପୁଟ ଓ ରାୟଗଡାରେ କାର୍ଯ୍ୟ କରି ଆସୁଛନ୍ତି ବୋଲି ଉଦାହରଣ ଦେଇଥିଲେ । ଏଥିରେ ପୂର୍ବତନ କର୍ମକର୍ତ୍ତମାନେ ନୂତନ କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ଏହି ଅବସରରେ ସଂପାଦକ ଡା. ଦିପ୍ତିମୟୀ ମହାପାତ୍ରଙ୍କ ସଂଯୋଜନାରେ ମୁଖପତ୍ର ଦି ସର୍ଭିସ୍କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏଥିରେ ରୋଟେରୀ କ୍ଲବର ସମସ୍ତ ସଭ୍ୟ ସହଯୋଗ ଓ ପରିଚାଳନା କରିଥିଲେ । ୧୩ଜଣ ନୂତନ ସଦସ୍ୟ ଯୋଗ ଦେଇଥିବା ବେଳେ ଏ ଅଂଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା