ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ଅଂଚଳରେ ଥିବା ଥାଲାସେମିଆ ରୋଗୀମାନେ ଉପକୃତ ହେବା ସଂଗେ ସଂଗେ ବହୁ ଜୀବନ ବଞ୍ଚି ଯାଉଛି । ତେଣୁ ସେହି ସବୁ ଜୀବନକୁ ବଞ୍ଚାଇ ରଖିବା ପାଇଁ ପ୍ରତ୍ୟେକ ଯୁବ ସମାଜ ଆଗେଇ ଆସିବା ଉଚିତ ବୋଲି ରୋଟାରୀ ଡିଷ୍ଟ୍ରିକ୍ଟ-୩୨୬୨ର ଡିଜିଏନ୍ ଶାନ୍ତନୁ କୁମାର ପାଣି ମତବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନରେ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଇ-ଊର୍ଣ୍ଣି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ରକ୍ତଦାନ ସଚେତନାତା କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆୟୋଜନଦ କରିବାପାଇଁ ସେ ପରାମର୍ଶ ଦେଇଥିଲେ । ରୋଟାରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆର ସଭାପତି ଡ. ଲଳିତ ରଂଜନ ସେନାପତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତରୂପେ ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ଓ ସମ୍ମାନୀତ ଅତିଥିରୂପେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ପ୍ରାରମ୍ଭରେ କ୍ଲବର ଉପଦେଷ୍ଟା ସୁକୁମାର ରଣା ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ, ଜିତାରାମ ଦେ, କ୍ଲବର ଉପସଭାପତି ଡ. ଅଜିତ୍ କୁମାର ମହାନ୍ତି, ସଂପାଦକ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା, ସହ ସଂପାଦକ ସୁନୀଲ କୁମାର ନାୟକ, ରୋଟ୍ରାଟ୍ କ୍ଲବ ଅଫ ଆର୍ଜେଏମ୍ଏସ୍ର ସଭାପତି ପ୍ରଭାସୀନି ମହାପାତ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ଲବର ସଦସ୍ୟ ହରେକୃଷ୍ଣ ଜେନା, ଶ୍ରୀକାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ଡିଜିଏଡ଼ ପାଣିଙ୍କ ଦ୍ୱାରା ରୋଟାରୀକ୍ଲବ ପକ୍ଷରୁ ଏକ ଇ-ଲର୍ଣ୍ଣିଂ ପ୍ରଜେକ୍ଟର ବିଦ୍ୟାଳୟକୁ ଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗୀତାରେ କୌସ୍ତବ ସେଣ, ତୁଳସୀ ବେହେରା, ବିଶ୍ୱଜିତ୍ ଦାସ, ଜଗନ୍ନାଥ ପାଢୀ ପ୍ରମୁଖ ଛାତ୍ରଛାତ୍ରୀ ବିଜୟୀ ହୋଇ ପୁରସ୍କୃତ ହୋଇଥିଲେ । ବିଦ୍ୟାଳୟର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୂୟାଁ, ସିଦେ୍ଧଶ୍ୱର ଦାସ, ରାଧାଗୋବିନ୍ଦ ଜେନା, ରାଜେନ୍ଦ୍ର ପାଣିଗ୍ରାହୀ, ପବିତ୍ର ସେନାପତି, ସୁଶାନ୍ତ କୁମାର ସିଂହ, ମନୋଜ କୁମାର ପାଣି ପ୍ରମୁୂଖ ସମେତ ୧୦୦ରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା