

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ୩୨ତମ ପ୍ରତିଷ୍ଠା ଉତ୍ସବ କ୍ଳବ ପରିସରରେ ପୂର୍ବତନ ସଭାପତି ବୃନ୍ଦ ତଥା ସଭ୍ୟମାନଙ୍କ ଉପସ୍ଥିତିରେ ମହାସମାରୋହରେ ଗତ ରବିବାର ଦିନ ତଥା ୨୮ ନଭେମ୍ବର ଦିନ ପାଳିତ ହୋଇଯାଇଛି । କ୍ଳବର ସଭାପତି କାମରାଜୁ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରତିଷ୍ଠାତା ସଭାପତି ଭଗବାନ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଳବ ଗଠନର ଇତିହାସ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ରୋଟାରୀ ଜିଲ୍ଲା-୩୨୬୨ରେ ରୋଟାରୀ ଇଷ୍ଟ ସବୁ ସମୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଷୟ ଗର୍ବର କଥା ଏବଂ ଏହି ଧାରା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଉପସ୍ଥିତ ସମସ୍ତ ପୂର୍ବତନ ସଭାପତି ବୃନ୍ଦ ନିଜ ନିଜ ସମୟର ଅନୁଭୂତି ସ୍ମରଣ କରି କ୍ଳବକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବତନ ସଭାପତି ବୃନ୍ଦ ଗଦାଧର ରାଉଳ, ଅରୁଣ ଚାନ୍ଦ ଦାଶ, ଶଭ୍ରଭାନୁ ଆଚାରୀ, ସ୍ୱରାଜ୍ୟ ସାହୁ, ଧନ୍ଵନ୍ତରୀ ରାଓ, ବିଜୟ କୁମାର ପରିଡା, ରାଜେଶ୍ୱର ରାଓ, ଗୌରୀ ଶଙ୍କର ପଣ୍ଡା, ଅଜିତ କୁମାର ପୃଷ୍ଟି, ସୁଧାଂଶୁ ଶେଖର ଖଡ୍ଗରାୟ, ରଞ୍ଜିତ କୁମାର ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ଏବଂ ଅନୁଭୂତି ସ୍ମରଣ କରିଥିଲେ । ଏହି ଉତ୍ସବରେ ଇନରହ୍ୱିଲ ଇଷ୍ଟର ସଭାନେତ୍ରୀ ଗାୟତ୍ରୀ ପଟ୍ଟନାୟକ ଓ ସଭ୍ୟାବୃନ୍ଦ, ରୋଟରୀ ଇନ୍ଟରାକ୍ଟ କ୍ଳବର ସଭ୍ୟମାନେ ଯୋଗଦେଇ ସଂଗୀତ ଆସରକୁ ଉପଭୋଗ କରିଥିଲେ । ସଭାପତି ମହାରଣା ସମସ୍ତ ପୂର୍ବତନ ସଭାପତି ମାନଙ୍କୁ ଉପହାର ସହ ସମ୍ବର୍ଦ୍ଧିତ କରିଥିଲେ । ସଂପାଦକ ଜୟନ୍ତ କିଶୋର ପାତ୍ର ଓ କୋଷାଧ୍ୟକ୍ଷ ଦୁର୍ଗା ରାଓ ଉତ୍ସବ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା