

ଗୋପାଳପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଗୋପାଳପୁର ଠାରେ ତିନିଦିନିଆ ରାୟଲା କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରୋଟିରିଆନ ଭି ଅଜୟ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଅଧ୍ୟକ୍ଷ ପି କେ ରାଜୀବ ଅଧ୍ୟକ୍ଷତା କରିବା ସହ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର ମୂରଲୀକ୍ରିଷ୍ଣା ରାୟଲା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ରଞ୍ଜିତ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ଅଂଶଗ୍ରହଣକାରୀ ଓ ତାଲିମ ଦାତା ସମ୍ପର୍କରେ ସୂଚନା ଦେଇଥିଲେ, ମୁଖ୍ୟ ଅତିଥି ଭାବେ ହାଇଦ୍ରାବାଦ ସ୍ଥିତ ରୋଟାରୀ କ୍ଲବର ବରିଷ୍ଠ ନିର୍ଦ୍ଦେଶକ ସୁଧିର ଟୋକା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ତିନି ଦିନିଆ କାର୍ଯକ୍ରମରେ ଭୂବନେଶ୍ଵର, କଟକ, ପୁରୀ, ଜଳେଶ୍ଵର, ବାଲେଶ୍ଵର, ଭଦ୍ରକ ଓ ବ୍ରହ୍ମପୁରର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ୧୫୦ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଅଭିଜ୍ଞ ତାଲିମ ଦାତା ମାନଙ୍କ ଠାରୁ ତାଲିମ ଗ୍ରହଣ କରିବେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
