

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସହରିୟା ବଜାରର ଲକ୍ଷ୍ମୀପୂଜା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲକ୍ଷ୍ମୀ ପୂଜା କିପରି ସୁଚାରୁ ରୂପେ ଅନୁଷ୍ଠିତ କରାଯାଇପାରିବ ସେ ସମ୍ପର୍କରେ ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ଉପ ସଭାପତି ଟଙ୍କଧର ବେହେରା ଓ ଲକ୍ଷ୍ମୀଧର ଦଳେଇ, ସମ୍ପାଦକ ଜ୍ଞାନେନ୍ଦ୍ର ବେହେରା, ସହସମ୍ପାଦକ ଚନ୍ଦ୍ରଭାନୁ ସିଂ ଓ ରାକେଶ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟକ୍ଷ ଦେବେନ୍ଦ୍ର ସିଂ, କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ(ମୁନା) ଓ ଦିଲୀପ କୁମାର ସାହୁଙ୍କ ସହ ବହୁ କର୍ମୀ ଅଂଶ ଗ୍ରହଣ କରି ବିସ୍ତୃତ ଆଲୋଚନା କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି