ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅଧିନରେ ପ୍ରାୟ ୨୨ଟି ବାଲି ସୌରାତ ୫ବର୍ଷ ର୍ପୂେବ ନିଲାମ ଦିଆଯାଇଥିଲା । ଏବେ ଏହାର ଅବଧି ସରିବାକୁ ଯାଉଛି । କିନ୍ତୁ ଲକ୍ଡାଉନ୍ ଘୋଷଣା ହୋଇଥିଲେ ମଧ୍ୟ ବାଲି ପରିବହନ ହଜାର ହଜାର ଟ୍ରାକ୍ଟର, ଡମ୍ପରରେ ଚାଲିଥିବା ସୂଚନା ମିଳିଛି । ସୂଚନା ଯେ ବାଲି ଖାଦାନ ମାଲିକମାନେ ଆବଶ୍ୟକ ପରିମାଣଠାରୁ ବହୁ ଅଧିକ ବାଲି ଉତ୍ତୋଳନ କରି ବହୁ ଅଧିକ ମୂଲ୍ୟରେ ବିକ୍ରି କରି ମାଲାମାଲ ହେଉଛନ୍ତି । ଏ ନେଇ ତହସିଲଦାର ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅଭିଯୋଗ ପରେ ଆଜି ଏଏସ୍ଆଇ ଭଗବାନ ଦାସଙ୍କ ସହିତ କେତେକ ପୋଲିସ୍ କର୍ମଚାରୀ ୪ଟି ବାଲି ବୋଝେଇ ଟ୍ରାକ୍ଟର ପଶ୍ଚିମବଙ୍ଗକୁ ଯାଉଥିବା ବେଳେ କୁଅଁରପୁର ଠାରେ ଜବତ୍ କରିଛନ୍ତି । ଓଡି୦୧ଜେ-୪୯୩୩, ଓଡି୦୧ଏ-୫୪୯୬ ସହିତ ୨ଟି ନମ୍ବର ବିହିନ ଟ୍ରାକ୍ଟର ଜବତ୍ କରିବାରେ ସକ୍ଷମ ହୋଇଥିଲେ । ଅଧିକ ମୂଲ୍ୟରେ ବାଲି ବିକ୍ରି ହେଉଥିବାରୁ ଏହାର ମୂଲ୍ୟ ନିର୍ଦ୍ଧାଣ କରାଯିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା