

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମଗ୍ର ବ୍ରହ୍ମପୁର ସହର ବେହାଲ ହୋଇଛି । ଲୋକମାନେ ପାଣି ଘେରରେ ରହିଥିବା ବେଳେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଇଛି । ଲୋଚାପଡା ରୋଡ଼ ବ୍ୟାଙ୍କ କଲୋନୀର ୮ ଗଳିରେ ପାଣି ଘେରରେ ରହିଥିବା ଲୋକମାନଙ୍କୁ ପୂର୍ବତନ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ (ଟୁନା) ରିଲିଫ ପ୍ରଦାନ କରିଛନ୍ତି ଓ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି କି ଯେ, ସେ ଅସୁସ୍ଥ ଥିଲେ ମଧ୍ୟ ନିଜ ଶରୀରକୁ ଗୁରୁତ୍ୱ ନ ଦେଇ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଥିଲେ । ଏହି ପରୋପକାର ମନୋଭାବ ଯୋଗୁଁ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି ଓ ସାବାସି ଦେଇଛନ୍ତି । ଲୋକମାନଙ୍କ ସୁଖ ଦୁଃଖରେ ସେ ସବୁବେଳେ ସେମାନଙ୍କ ପାଖରେ ଅଛନ୍ତି ବୋଲି କହି ଲୋକମାନଙ୍କ ମନରେ ଦେବଦୂତ ପାଲଟିଛନ୍ତି ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ


