ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨୨ ତାରିଖରୁ ଲଘୁଚାପ ଜନୀତ ଲଗାଣବର୍ଷା ଲାଗି ରହିବାରୁ ଜଳେଶ୍ୱର ବ୍ଲକର ସମସ୍ତ ପଂଚାୟତର ଗ୍ରାମଗୁଡିକରେ ପ୍ରଭୁତଃ କ୍ଷୟକ୍ଷତି ଘଟିଛି । ବହୁ କଚ୍ଚାଘର, ନଡାଛପର ଘର ଭୁଷୁଡି ପଡିଥିବା ବେଳେ ଜଣେ ଲୋକର ମୃତ୍ୟୁ ଘଟିଛି । ଏହା ବ୍ୟତିତ ଧାନଚାଷର ବ୍ୟାପକ କ୍ଷତି ଘଟିଥିବା ବେଳେ କୋବି, ବାଇଗଣ ଓ ଅନ୍ୟାନ୍ୟ ପନିପରିବା ଚାଷର ମଧ୍ୟ କ୍ଷତି ଘଟିଥିବା ସଂପର୍କରେ ଜଳେଶ୍ୱର ସିପିଏମ୍ ଆଂଚଳିକ କମିଟି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି । ଗତକାଲି ଏ ସଂପର୍କରେ କମିଟିର ସଂପାଦକ ଦିଲ୍ଲିପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ଆଇନଜୀବୀ ଜିତାଂଶୁ ଶେଖର ନନ୍ଦୀ, ଗଣେଶ ଭୂୟାଁ, ପୂର୍ଣ୍ଣଚନ୍ଦ୍ର ଦତ୍ତ, ରବିନ୍ଦ୍ର ବାରିକ, ନିରୋଜ କୁମାର ବେହେରା ପ୍ରମୁଖ ଜଳେଶ୍ୱର ତହସିଲ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଏହାକୁ ଗ୍ରହଣ କରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା