ଲାୟନ୍ସ୍ କ୍ଲବ୍ ଲିଯେଣ୍ଡସ ଏବଂ ସ୍ମାଇଲ ର ଅଧିଷ୍ଠାନ ଉତ୍ସଵ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଲାୟନ୍ସ କ୍ଲବ୍ ଭୁବନେଶ୍ୱର LEGENDS ଏବଂ SMILE ର ଅଧିଷ୍ଠାନ ଉତ୍ସବ ଲାୟନ୍ ମୁକ୍ତି କାନ୍ତ ଅଗସ୍ତି ଙ୍କ ଅଧ୍ୟକ୍ଷତାରେ ଖାରବେଳ ନଗର ସ୍ଥିତ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ଉଭୟ କ୍ଲବ୍ ର ସମ୍ପାଦକ ମାନେ କ୍ଲବ୍ ର ବିଭିନ୍ନ ସେବା ମୂଳକ କାର୍ଯ୍ୟ ର ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ଭାବେ ବରିଷ୍ଠ ଲାୟନ, ପୂର୍ବତନ ଗଭର୍ଣ୍ଣର ଲାୟନ୍ ନିକୁଞ୍ଜ ଛୋଟରାୟ ନୂତନ କର୍ମକର୍ତା ମାନଙ୍କୁ ପଦ ଏବଂ କର୍ତ୍ତବ୍ୟ ବିଷୟର ଅବଲୋକନ କରାଇଥିଲେ। ପ୍ରଥମ ଜିଲ୍ଲା ଗଭର୍ଣ୍ଣର ଲାୟନ୍ ହେମନ୍ତ କୁମାର ଖୁଣ୍ଟିଆ ୧୦ ଜଣ ନୂଆ ସଭ୍ୟ ଙ୍କୁ ଲାୟନିଜିମ୍ ରେ ଶପଥ ପାଠ ସହିତ ଅନ୍ତର୍ଭୁକ୍ତ କରାଇଥିଲେ। ଏଥିରେ ଲାୟଂସ କ୍ଲବ ର ପୂର୍ବତନ ଗଭର୍ଣ୍ଣର , ବିଭିନ୍ନ କ୍ଲବ୍ ର ସଭାପତି, ସମ୍ପାଦକ ଏବଂ ସଭ୍ୟ ମାନେ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ। Legends ସଭାପତି ଭାବେ ଲାୟନ ସୌରେନ୍ଦ୍ର ମହାପାତ୍ର ଏବଂ Smile ର ସଭାପତି ଭାବେ ଲାୟନ ବବିତା ମହାନ୍ତି ଶପଥ ପାଠ କରିଥିଲେ। ଲାୟନ୍ କିଶୋର କୁମାର ମିଶ୍ର ଙ୍କ ସଂପୂର୍ଣ୍ଣ ତତ୍ତ୍ଵାବଧାନରେ ଏବଂ MOC ଲାୟନ୍ ସୋର୍ଯ୍ୟ ରଂଜନ ଦାସ ଏବଂ ଲାୟନ ସସ୍ମିତା ସ୍ୱାଇଁ ଙ୍କ ସହଯୋଗିତା ରେ ସମସ୍ତ କାର୍ଯ୍ୟ ବହୁତ୍ ସୁନ୍ଦର ଭାବେ ସମାହିତ ହେଇଥିଲା। ପରିଶେଷରେ ଲାୟନ୍ କିଶୋର କୁମାର ମିଶ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର