
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲିଙ୍ଗରାଜ ଆଇନ୍ ମହାବିଦ୍ୟାଳୟର ପୂର୍ବତନ ସିନିୟର ଆସିଷ୍ଟାଣ୍ଟ ସୁନିଲ ପାତ୍ରଙ୍କ କରୋନାରେ ଶନିବାର ଦିନ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ବଡ଼ ମେଡ଼ିକାଲ୍ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ୧୪ ଦିନ ଧରି କରୋନା ସହ ଲଢ଼ି ଶନିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଜଣେ ପରୋପକାରୀ, ଧର୍ମପରାୟଣ, ଶାନ୍ତିପ୍ରିୟ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ପରିବାର ବର୍ଗ, ବନ୍ଧୁବାନ୍ଧବଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । କରୋନା ଜନିତ ମୃତ୍ୟୁ ହୋଇଥିବାରୁ ମରଶରୀରକୁ ପ୍ରଶାସନ ପକ୍ଷରୁ ଦାହସତ୍କାର କରାଯାଇଥିବା ଜଣାପଡିଛି ।