

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ଵାଲ ମୁକୁନ୍ଦ କେନ୍ଦ୍ର ତରଫରୁ ପୂର୍ବ ରବିବାର ଦିନ ଆୟୋଜିତ ହୋଇଥିବା ”ସାକ୍ଷର, ସ୍ୱଚ୍ଛ ଓ ସବୁଜ ଭାରତର ସଂକଳ୍ପ”ର ଦ୍ଵିତୀୟ ପର୍ଯ୍ୟାୟରେ ଗତକାଲି ତଥା ରବିବାର ଦିନ ଏହି ”ସ୍ୱଚ୍ଛତାର ପରିଭାଷା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଶିଶୁ ନିଜର ମନ୍ତବ୍ୟ ପ୍ରକାଶ କରିଥିବା ବେଳେ ଶିଶୁ ପ୍ରେମୀ ଗୋପୀନାଥ ପରିଚ୍ଛା ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଏଠାରେ ଅନୁଷ୍ଠିତ ହେଉଥିବା ସଫଳ କାର୍ଯ୍ୟକ୍ରମର ମୂଲ୍ୟାୟନ ପାଇଁ ଶିଶୁମାନଙ୍କ ଘରକୁ ଯାଇ ତଦାରଖ କରିବେ ବୋଲି କହିଥିଲେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ଗୁଡିକ ଅବଗତ କରାଇଥିଲେ । ଏହି ବିଶ୍ୱ ଶାନ୍ତି ଦିବସ ଅବସରରେ ବିଶ୍ୱ ଶାନ୍ତି ପାଇଁ ଜଗତଗୁରୁ ଶ୍ରୀ କୃପାଳୁ ମହାରାଜାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

