

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ସହରର ବିଭିନ୍ନ ଛକ ଜାଗା ମାନଙ୍କରେ ଟ୍ରାଫିକ ପୋଲିସ ଅଧିକାରୀ ବିଚିତ୍ରାନନ୍ଦ କରଙ୍କ ନେତୃତ୍ୱରେ ଚେକିଂ ଜୋରଦାର ଚାଲିଥିବା ଦେଖିବାକୁ ମିଳିଥିଲା । ସଟଡାଉନ ଯୋଗୁଁ ଲୋକମାନେ କିଭଳି ଭାବେ ଘରୁ ନ ବାହାରି ଘରେ ସୁରକ୍ଷିତ ରହିବେ ସେଥିପାଇଁ ସରକାର ଏହି ସଟଡାଉନ ଘୋଷଣା କରିଛନ୍ତି । କିନ୍ତୁ ସହରର ମୁଖ୍ୟ ରାସ୍ତାକୁ ଦେଖିଲେ ଏପରି ଲାଗେ ଲୋକମାନେ ଏହା ବିଷୟରେ ସମ୍ପୂର୍ଣ ଅଜ୍ଞ ଅଟନ୍ତି । ଲୋକମାନେ ସରକାରଙ୍କର ଏହି କୋରନା ବିରୋଧୀ ଯୁଦ୍ଧକୁ ସଫଳ କରିବା ପ୍ରତି ବଦଳରେ କୋରନା ସଂକ୍ରମଣର ସହାୟକ ହେଉଛନ୍ତି । ତେଣୁ ଏହି ଅମାନିଆ ମାନଙ୍କୁ ସହରର ଛକ ଜାଗାମାନଙ୍କରେ କଡ଼ା ଚେକିଂ କରିବା ସହ ଆର୍ଥିକ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଯାହାଫଳରେ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି । ଏଠାରେ ପ୍ରଶ୍ନ ଉଠେ କି ଯଦି ଲୋକମାନଙ୍କ ମଧ୍ୟରେ ସ୍ୱତଃ ପ୍ରବୃତ୍ତ ଭାବେ ସଚେତନତା ସୃଷ୍ଟି ନ ହୁଏ, ତେବେ କେତେଦିନ ଏଭଳି ଭାବେ ସରକାର ତଥା ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ରୋକିବାରେ ସହାୟ ହେବ ? ତେଣୁ ସାଧାରଣରେ ଚର୍ଚ୍ଚା ହୁଏ କି ସମସ୍ତ ଜନସାଧାରଣ ଘରେ ରହିବା ଦ୍ୱାରା ନିଜେ ସୁରକ୍ଷିତ ରହିବା ସହ ପରିବାରର ସୁରକ୍ଷା କରିବାରେ ସାମର୍ଥ୍ୟ ହେବ ।