

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାର୍ବଣର ଋତୁ ଧରାପୃଷ୍ଠରେ ଚାଲିଛି । ଓଡିଶାର ୧୨ ମାସରେ ୧୩ଯାତ । ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜାର ଗହଳ ଚହଳ ରେଶମ ସହରରୁ ଅବସର ନେବା ପରେ ଆରମ୍ଭ ହୋଇଯାଇଛି ମାଁ କାଳୀଙ୍କ ପୂଜା ଦୀପାବଳୀ ଦିନ ଠାରୁ । ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସାଂସଦ ପାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପ୍ରାର୍ଥୀତ୍ୱକୁ କଟାକ୍ଷ କରୁଥୁବା ବିରୋଧୀଙ୍କ ପାଟିରେ ଭୃଗୁ ତୁଣ୍ଡି ଲଗାଇ ଦେଇଛନ୍ତି ବୋଲି ସମର୍ଥକମାନେ ଏକ ପ୍ରକାର ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପ୍ରତିଟି ଯାନିଯାତରେ ଭୃଗୁଙ୍କୁ ଦେଖିବାକୁ ମିଳୁଛି । ୨ଦିନ ହେଲା ବ୍ରହ୍ମପୁରର ଅନେକ କାଳୀମେଢରେ ଭୃଗୁଙ୍କ ସମେତ ଶହ ଶହ ସମର୍ଥକଙ୍କୁ ଦେଖିବାକୁ ମିଳୁଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା



