ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପାଳନ ଲାଗି ପ୍ରଶାସନର ଶାନ୍ତି ବୈଠକ : ଏଥର ୩୫ ପୂଜା ମଣ୍ଡପ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବର୍ଷକୁ ଥରେ ଆସେ ପାର୍ବଣ ଋତୁ । ପଲ୍ଲିରୁ ଦିଲ୍ଲୀଯାଏ ଭାରତୀୟ ସଂସ୍କୃତି ଅନୁଯାୟୀ ମା ଦୁର୍ଗାଙ୍କ ସାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠନ୍ତି ସମସ୍ତେ । ଚଳିତବର୍ଷ ଜଳେଶ୍ୱର ଥାନା ଅଧିନରେ ୩୫ଟି ପୂଜା ମଣ୍ଡପ ହେବାକୁ ଥିବାରୁ ଜଳେଶ୍ୱର ପୋଲିସ୍ ଆଜି ସନ୍ଧ୍ୟାରେ ଏକ ଶାନ୍ତି କମିଟି ଆହୁତ କରିଥିଲେ । ବାଲେଶ୍ୱର ଉପଜିଲାପାଳ ତଥା ଜଳେଶ୍ୱର ପୌରପ୍ରଶାସକ ନିଲୁ ମହାପାତ୍ର ଏଥିରେ ଯୋଗ ଦେଇ ସଭାପତିତ୍ୱ କରିଥିଲେ । ଦୁର୍ଗାପୂଜାକୁ ସରସ, ସୁନ୍ଦର ଓ ଉପଭୋଗ୍ୟ କରିବା ପାଇଁ ସେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ, ଜଳେଶ୍ୱରର ବୁଦ୍ଧିଜିବୀ, ପ୍ରତ୍ୟେକ ପୂଜା କମିଟିର ସଭାପତି, ସଂପାଦକ ମାନଙ୍କର ମତାମତ ଲୋଡିଥିଲେ । ଏସ୍ଡିପିଓ ସୂଦର୍ଶନ ଦାଶ, ସରକାରଙ୍କ ନିତୀ ନିୟମକୁ ମାନିବା, ମାଇକ୍ ଓ ଶବ୍ଦ ପ୍ରଦୂଷଣକୁ ରୋକିବା ଓ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଥିଲେ । ଆଇଆଇସି ପ୍ରଦୀପ କୁମାର ମାଝୀ ମଞ୍ଚ ପରିଚାଳନା କରିବା ସହିତ ଦୁର୍ଗାପୂଜା ପୂର୍ବରୁ ଶାନ୍ତି କମିଟି ଗଠନ ହେଉଥିଲେ ମଧ୍ୟ ଚଳିତବର୍ଷ ଏହାକୁ ଅଧିକ ଆଇନ୍ସିଦ୍ଧ ଓ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ନିବେଦନ କରିଥିଲେ । ତହସିଲଦାର ଅଭିମନ୍ୟୁ ପଣ୍ଡା, ବିଡିଓ ନିତ୍ୟାନନ୍ଦ ସାହୁ, ପୂର୍ତ୍ତବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ମାନସ ରଂଜନ ସେଠୀ, ନେସ୍କୋର ସହକାରୀ ଯନ୍ତ୍ରୀ ଇଂ ଭୁବନ ମୋହନ ସାହୁ, ମ୍ୟୁନିସିପାଲ୍ଟିର କାର୍ଯ୍ୟନିବାହୀ ଅଧିକାରୀ ହୃଷିକେଷ ପାଣି, ଅବକାରୀ ଥାନା ଅଧିକାରୀ ହରପ୍ରସାଦ ରଣା, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଇଂ ରତନ ମାଝୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉପସ୍ଥିତ ପୂଜାକମିଟୀ ଓ ବୁଦ୍ଧିଜିବୀଙ୍କ ମଧ୍ୟରୁ କମଳ ଚକ୍ରବର୍ତ୍ତୀ, ରାଧାଶ୍ୟାମ ସାହୁ, ଅଶୋକ ଦାସ, ପତିତ ପାବନ ପ୍ରଧାନ, ଆଇନଜୀବୀ ସତ୍ୟସୁନ୍ଦର ଦାସ, ପ୍ରତୀପ କୁମାର ପ୍ରଧାନ, ବାପି ମହାପାତ୍ର, ଅର୍ଚ୍ଚନା ଗିରି, ମଧୁସୂଦନ ଦତ୍ତ, ଗୋବିନ୍ଦ ସାହୁ, ରିଆଜ ଖାଁ, ଭୋଳାନାଥ ଗିରି, ସମୀର ପାତ୍ର, ସୁଧିର ପାତ୍ର, ବଣିକ ସଂଘ ସଭାପତି ସୁଧିର ମହାନ୍ତି, ନନ ମହାନ୍ତି, ସଂଜୟ ମହାନ୍ତି, କାଳିଚରଣ ଦାସ, ସୁଶୀଲ ପରିଡା, ପ୍ରବିର ଦାସ, ହାସିରୁଦ୍ଦିନ ବକ୍ସ, ଅମର ଘୋଷାଲ, ଜଗଦୀଶ ନନ୍ଦି, ବାର୍ର ସଭାପତି କୁଞ୍ଜବିହାରୀ ଦାସ, ଅସିତ୍ କୁମାର ପାତ୍ର, ବିଜୟ କୁମାର ରଣା, ସୁନୀଲ କୁମାର ନାୟକ, ଇଂ ଅଭିଳାଷ ଦାସ, ମାନସ ପାଠୀ ଙ୍କ ସହିତ ପୂଜା କମିଟିର କମକର୍ତ୍ତା ପ୍ରମୁଖ ବହୁ ବ୍ୟକ୍ତି ମତସାବ୍ୟସ୍ତ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଆର୍ଡବ୍ଲୁଏସ୍ଏସ୍ ର କୌଣସି ଅଧିକାରୀ ଏଠାରେ ଯୋଗ ଦେଇନଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ୩ଦିନ ଲାଗି ସମସ୍ତ ସରକାରୀ ମଦଦୋକାନ ବନ୍ଦ ରହିବା, ପୂଜାମଣ୍ଡପ ନିକଟ ସ୍ୱଚ୍ଛତା ରଖିବା, ସିଙ୍ଗଲ୍ ଉଇଣ୍ଡ ମାଧ୍ୟମରେ ବିଭିନ୍ନ ପୂଜା କମିଟିକୁ ଅନୁମତି ପ୍ରଦାନ କରିବା, ପୂଜା ମଣ୍ଡପରେ ଅଗ୍ନିପ୍ରତିରୋଧକ ଯନ୍ତ୍ର ଲଗାଇବା, ମଣ୍ଡପ ଗୁଡିକ ରାସ୍ତା ଅବରୋଧନକରି ଯାତାୟାତରେ ବ୍ୟାଘାନ ସୃଷ୍ଟି ନ କରିବା, ଅଧିକ ସାଉଣ୍ଡରେ ଡିଜେ, ମାଇକ୍ ନ ବଜାଇବା, ରାସ୍ତାଘାଟର ମରାମତି କରିବା, ୨୪ ଘଣ୍ଟିଆ ବିଦ୍ୟୁତ୍ ଓ ପିଇବା ପାଣି ଯୋଗାଇବା ପ୍ରଭୃତି ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା । ଶେଷରେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା