ଶିକ୍ଷକ ସଂଗଠକ ଶ୍ରୀନିବାସ ପାତ୍ରଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୋଗରାଇର ଡୁମେଇପୁର ଗାଁର ଶ୍ରୀନିବାସ ପାତ୍ର ବାରବାଟିଆ ଗ୍ରାମର ନିମ୍ନ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠାତା ଶିକ୍ଷକଭାବେ କାର୍ଯ୍ୟ ଆରମ୍ଭ କରି ଦୀର୍ଘ ୩୩ବର୍ଷ ଚାକିରିକାର ମଧ୍ୟରେ ବାଲେଶ୍ୱର ଜିଲାର ଶିକ୍ଷକ ମାନଙ୍କର ବହୁ ସମସ୍ୟା, ଶିକ୍ଷାର ଅଗ୍ରଗତି ଏବଂ ଶିକ୍ଷାନୁଷ୍ଠାନ ଗୁଡିକର ବିକାଶ ଲାଗି ସତତ ଚେଷ୍ଟିତ ଥିଲେ ବୋଲି ଆଜି ଜଳେଶ୍ୱରର ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଜଳେଶ୍ୱର ଶାଖାର ସଭାପତି ପ୍ରଦୀପ କୁମାର ଜେନା ଶୋକାଭିଭୂତ ଭାବେ ପ୍ରକାଶ କରିଛନ୍ତି । ତାଙ୍କ ଅଦ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ ସଂପାଦକ ଖଗେନ୍ଦ୍ର ନାଥ ପାଳ, କାର୍ତ୍ତୀଚନ୍ଦ୍ର ଦେ, ସରୋଜ କୁମାର ପ୍ରଧାନ, ସତ୍ୟରଞ୍ଜନ ସାହୁ, ସୁଶାନ୍ତ କୁମାର ଦାସ, ଚିନ୍ତରଞ୍ଜନ ଘୋଷ, ଶ୍ରୀକାନ୍ତ ଧଳ, ମାଳବିକା ଗିରି, ମମତା ମହାନ୍ତି, ଦେବିଦାସ ଦେ ପ୍ରମୁଖ ବହୁ ଶିକ୍ଷକ ନେତା ଓ ଶିକ୍ଷକ ସଂଘ ପକ୍ଷରୁ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପ୍ରଚେଷ୍ଟାରେ ବିଳମ୍ବରେ ହେଲେ ମଧ୍ୟ ଜଳେଶ୍ୱରରେ ଡିଆଇ ଅଫିସ୍ ପ୍ରତିଷ୍ଠା ହୋଇପାରିଥିଲା । ବହୁ ଅନୁଷ୍ଠାନରେ ଥିବା ବାଦବିବାଦ ସମାଧାନ କରିବାରେ ସେ ପିତୃତୁଲ୍ୟ କାର୍ଯ୍ୟ ତୁଲାଇ ଆସୁଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା