![ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ଅଭିଯାନ ପ୍ରକଳ୍ପ ଆରମ୍ଭ…](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-23-at-10.22.55-AM.jpeg?fit=963%2C501&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-23-at-10.22.59-AM.jpeg?resize=640%2C494&ssl=1)
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ୱାଇଡବ୍ଲ୍ୟୁସିଏ (YWCA) ବ୍ରହ୍ମପୁର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରେଲୱେ ଷ୍ଟେସନ ବାହାରେ ଭିକ୍ଷା ବୃତ୍ତି ପୁଣି ସ୍କୁଲ ନ ଯାଇ ବାହାରେ ବୁଲୁଥିବା ଛୋଟ ପିଲାମାନଙ୍କ ମଧ୍ୟରେ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟେସନ ବାହାରେ ବୁଲୁଥିବା ବହୁତ ପିଲାମାନେ ଓ ଭିନ୍ନକ୍ଷମ ବ୍ୟକ୍ତି ତଥା ଅଶହାୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସଙ୍ଗଠନ ତରଫରୁ ସାନିଟାରୀ କୀଟ ପରିଷ୍କାର ନିମନ୍ତେ ବ୍ୟବହାର ସାମଗ୍ରୀ ସଭିଙ୍କୁ ବିତରଣ କରାଯାଇଥିଲା ଏବଂ ସ୍କୁଲରେ ପାଠ ପଢିବା ଓ ସଫା ସୁତୁରା ରହିବା ନିମନ୍ତେ ସଂଗଠନର ଅଧ୍ୟକ୍ଷା ଲେନା ଚାନ୍ଦ ସଚେତନ କରାଇଥିଲେ । ଏହି ଅଭିଯାନ ବର୍ଷ ତମାମ ଚାଲିବ ଏବଂ ସାହି ବସ୍ତି ପଥପାର୍ସରେ ରହୁଥିବା ପିଲାମାନେ ଓ ଅଭିଭାବକ ମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ ଜଣାଇଛନ୍ତି । ଏହି ଅବସରରେ ଅନୁଷ୍ଠାନର ଯୁବାନେତ୍ରୀ ଅର୍ଚନା ନାୟକ ଓ ଭାଗ୍ୟଶ୍ରୀ ମହାରଣା କାର୍ଯ୍ୟକ୍ରମର ସଂଯୋଜନାରେ ସହଯୋଗ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-23-at-10.23.08-AM.jpeg?resize=512%2C331&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-23-at-10.27.11-AM.jpeg?resize=640%2C779&ssl=1)