ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଜପୁର ଛକଠାରୁ ଚାଫଲା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ଶିଖରପୁର ସୁବର୍ଣ୍ଣରେଖା ସ୍ଥାୟୀ ପୋଲ ଠାରୁ ଚାଫଲା ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତ୍ର ପାଲଟିଛି । ଉକ୍ତ ରାସ୍ତାର ଘୋଳାଇଛକ ନିକଟରେ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଜନସାଧାରଣ ଯିବା ଆସିବାପାଇଁ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛିଦିନ ତଳେ ସେହି ରାସ୍ତାର ହୋଇଥିବା ଗର୍ତ୍ତରେ ଜନୈକ ମଟର ସାଇକେଲ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ ରାସ୍ତା ନିର୍ମାଣ ପରେ ସଂପୃକ୍ତ ନିର୍ମାଣକାରୀ ଠିକାଦାର ସଂସ୍ଥା ଉକ୍ତ ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାପାଇଁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଏହି କ୍ଷେତ୍ରରେ ତାର ବ୍ୟତିକ୍ରମ ହେଉଥିବାରୁ ତୁରନ୍ତ ଉକ୍ତ ରାସ୍ତାକୁ ମରାମତି କରିବାପାଇଁ ଜଳେଶ୍ୱର ଯୁବକଂଗ୍ରେସର ସାଧାରଣ ସଂପାଦକ ସପନ ସାମଲ ବାଲେଶ୍ୱର ଜିଲାପାଳଙ୍କ ଠାରେ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା