ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ କରପଡ଼ା ଗ୍ରାମରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଗ୍ରାମବାସୀଙ୍କ ଅଭିଯୋଗ ହୋଇଛି । ଏସଂପର୍କରେ ଗଞ୍ଜାମ ଥାନା ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ତେଣୁ ତୁରନ୍ତ ଚୋର ମଦ କାରବାରକୁ ବନ୍ଦ କରିବା ସହ ଚୋର ମଦ ବେପାରୀଙ୍କୁ ଧରିବାକୁ ଶିବସେନା ଯୁବସେନା ପକ୍ଷରୁ ଦାବି କରାଯିବା ସହ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହିଭଳି ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ ଲାଠି ଗ୍ରାମରେ ଚାଲିଥିବା ମଦ ଦୋକାନକୁ ବନ୍ଦ କରିବା ପାଇଁ ବାରମ୍ବାର ଦାବିପତ୍ର ଦେବା ସତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଶିବସେନା ପକ୍ଷରୁ ଅଭିଯୋଗ କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାଜ୍ୟ ଉପପ୍ରମୁକ ବଳରାମ ବାବାଙ୍କ ନେତୃତ୍ୱରେ ଆମରଣ ଅନଶନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପପ୍ରମୁଖ ବଳରାମ ବାବାଙ୍କ ସମେତ ଜିଲ୍ଲା ପ୍ରମୁଖ ସନାତନ ଚୌଧୁରୀ, ଜିଲ୍ଲା ଯୁବସେନା ପ୍ରମୁଖ ପି. ତୁଳସାୟା ରେଡ୍ଡି, କୃଷକ ପ୍ରମୁଖ ଏମ୍ ରାଜୁ, ପାତ୍ରପୁର ବ୍ଲକ ପ୍ରମୁଖ ରାଜେଶ ମହାରଣା, ଗଞ୍ଜାମ ବ୍ଲକ୍ ଯୁବସେନା ପ୍ରମୁଖ ବସନ୍ତ ନାୟକ, ଜିଲ୍ଲା ମହିଳା ପ୍ରମୁଖ ସୌଦାମିନି ନନ୍ଦ, ମାମାଲି ମହାରଣା, ପ୍ରକାଶ ଚନ୍ଦ୍ର ନାୟକ, କାଳିଆ ମହାରଣା, ଯୁଦ୍ଧିଷ୍ଠିର ପାତ୍ର, ଜିଲ୍ଲା ମହିଳା ଉପପ୍ରମୁଖ ମୀନତି ପାତ୍ର, ହିଞ୍ଜିଳିକାଟୁ ବ୍ଲକ୍ ପ୍ରମୁଖ ମମତା ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା