


ଛତ୍ରପୁର (ସମୃଦ୍ଧ ଓଡିଶା) ଶିବସେନା ଓ ଯୁବସେନା ପକ୍ଷରୁ ଆମରଣ ଅନଶନ ତୃତୀୟ ଦିନରେ ପହଞ୍ଚି ଥିବାବେଳେ ଗତକାଲି ତିନି ମହିଳା ଗୁରୁତର ହୋଇ ପଡ଼ିଥିଲେ । ସେମାନଙ୍କୁ ଆମ୍ବୁଲାଏନ୍ସରେ ଆଣି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁସ୍ଥ ଥିବା ଜଣାପଡିଛି । ସେହି ତିନି ମହିଳା ହେଲେ ମିନତୀ ପାତ୍ର, ପୂଜା ମହାରଣା, ସଉଦା ମିନି ନନ୍ଦ । ଗଞ୍ଜାମ ବ୍ଲକ କରପଡ଼ା ଗ୍ରାମରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଏବଂ ଏସଂପର୍କରେ ଗଞ୍ଜାମ ଥାନା ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରି ଶିବସେନା ଓ ଯୁବସେନା ପକ୍ଷରୁ ଗ୍ରାମବାସୀଙ୍କ ସହ ତୁରନ୍ତ ଚୋର ମଦ କାରବାରକୁ ବନ୍ଦ କରିବା ସହ ଚୋର ମଦ ବେପାରୀଙ୍କୁ ଧରିବାକୁ ଶିବସେନା ଯୁବସେନା ପକ୍ଷରୁ ଦାବି କରାଯିବା ସହ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଆମରଣ ଅନଶନରେ ବସିଥିଲେ । ସେହିଭଳି ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ ଲାଠି ଗ୍ରାମରେ ଚାଲିଥିବା ମଦ ଦୋକାନକୁ ବନ୍ଦ କରିବା ପାଇଁ ବାରମ୍ବାର ଦାବିପତ୍ର ଦେବା ସତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଶିବସେନା ପକ୍ଷରୁ ଅଭିଯୋଗ କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାଜ୍ୟ ଉପପ୍ରମୁକ ବଳରାମ ବାବାଙ୍କ ନେତୃତ୍ୱରେ ଆମରଣ ଅନଶନ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପପ୍ରମୁଖ ବଳରାମ ବାବାଙ୍କ ସମେତ ଜିଲ୍ଲା ପ୍ରମୁଖ ସନାତନ ଚୌଧୁରୀ, ଜିଲ୍ଲା ଯୁବସେନା ପ୍ରମୁଖ ପି. ତୁଳସାୟା ରେଡ୍ଡି, କୃଷକ ପ୍ରମୁଖ ଏମ୍ ରାଜୁ, ପାତ୍ରପୁର ବ୍ଲକ ପ୍ରମୁଖ ରାଜେଶ ମହାରଣା, ଗଞ୍ଜାମ ବ୍ଲକ୍ ଯୁବସେନା ପ୍ରମୁଖ ବସନ୍ତ ନାୟକ, ଜିଲ୍ଲା ମହିଳା ପ୍ରମୁଖ ସୌଦାମିନି ନନ୍ଦ, ମାମାଲି ମହାରଣା, ପ୍ରକାଶ ଚନ୍ଦ୍ର ନାୟକ, କାଳିଆ ମହାରଣା, ଯୁଦ୍ଧିଷ୍ଠିର ପାତ୍ର, ଜିଲ୍ଲା ମହିଳା ଉପପ୍ରମୁଖ ମୀନତି ପାତ୍ର, ହିଞ୍ଜିଳିକାଟୁ ବ୍ଲକ୍ ପ୍ରମୁଖ ମମତା ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






