ଶିରିଡି ସାଇ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଶିରିଡି ସାଇ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଓ ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ଆରତୀ ପରେ ପରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ କଳସ ଯାତ୍ରାରେ ଗ୍ରାମ ପରିକ୍ରମା କରି ମହା ଅଭିଷେକ ଓ ରାଜଧିରାଜ ଦର୍ଶନ ପରେ ପରେ ମହାଯଜ୍ଞ ଉତ୍ସବ ଆରମ୍ଭ କରାଯାଇଥିଲା । ଦିବା ୧୧ ଘଣ୍ଟିକା ସମୟରେ ସମବେଦ ମହିଳା ଏବଂ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ବାବା ସିରିଡ଼ି ସାଇ ପାଲିଙ୍କି ଯାତ୍ରାରେ ଗ୍ରାମ ପରିଭ୍ରମଣ କରାଯାଇଥିଲା । ବହୁ ଶ୍ରଦ୍ଧାଳୁ ପାଲିଙ୍କି ଯାତ୍ରାରେ ଯାଇ ବାବାଙ୍କ ସାନିଧ୍ୟ ଲାଭ କରିଥିଲେ । ମନ୍ଦିର ପରିସରରେ ନୂତନ ଗୃହ ପ୍ରତିଷ୍ଠା ପରେ ପରେ ଦିବା ଦୁଇ ଘଣ୍ଟିକା ସମୟରୁ ସନ୍ଧ୍ୟା ୭ ଘଣ୍ଟିକା ପର୍ଯ୍ୟନ୍ତ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା । ସନ୍ଧ୍ୟା ସମୟରେ ବାବାଙ୍କ ଆରତୀ ସହିତ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଥିଲା । ବାର୍ଷିକ ଉତ୍ସବ ପାଳନରେ ବହୁ ସାଧୁ ସନ୍ଥ, ବନାବ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ରହିଥିଲେ । ଏହି ଅବସରରେ କିଛି ବଦାନ୍ୟ ବ୍ୟକ୍ତି ଗୋଦାନ କରି ମନାସ ପାଳନ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି