

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେକାର ଯୁବକ ଯୁବତୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ବ୍ରହ୍ମପୁର ସ୍ଥିତ ଟି.ଏନ.ଟି ଶିକ୍ଷାନୁଷ୍ଠାନ ପରିସରରେ ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଜୟ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଇଡି ଓଡିଶା ପ୍ରୋଗ୍ରାମ ଅଫିସର ଜୁ.ଏନ ଭୋଳ, ନିଲତିକ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ସାଇ ଚନ୍ଦନ ବିଷୋଇ, କାମେଶ୍ୱର ମହାନ୍ତି ପ୍ରମୁଖ ଯୋଗ ଦେଇ ଯୁବକ ଯୁବତୀମାନଙ୍କୁ ବର୍ତ୍ତମାନ ସମୟରେ ଶିଳ୍ପଦ୍ୟୋଗୀର ମହତ୍ୱ ଓ ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହା ଦ୍ୱାରା ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଶିଳ୍ପଦ୍ୟୋଗୀ ନିମନ୍ତେ ତାଲିମ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

