ଶିଶୁ ଦିବସରେ ବିଜ୍ଞାନମେଳା ଅନୁଷ୍ଠିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବୋୖରାଞ୍ଚଳର ୨ନଂ ୱାର୍ଡରେ ଅବସ୍ଥିତ ଡ଼. ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳନ କରାଯିବା ସହ ଏକ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା । ଏହି  ଅବସରେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ରୂପେ ପ୍ରଫେସର ଧନେଶ୍ୱର ସାହୁ ଯୋଗଦେଇ ପିଲାମାନଙ୍କୁ ବିଜ୍ଞାନ ଦ୍ୱାରା କିପରି ପୃଥିବୀର ପରିବର୍ତ୍ତନ ଘଟିଛି ସେ ସମ୍ପର୍କରେ ପିଲାଙ୍କୁ ବୁଝାଇଥିଲେ ଓ ନିଜ ଭିତରେ ଥିବା ଅନ୍ତନିହିତ ଶକ୍ତିର ଵିକସହ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଢେଙ୍କାନାଳ ଲେଖକ ସମିତିର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶତୃଘ୍ନ ରୂଢିଆ ଯୋଗଦେଇ ବିଜ୍ଞାନ ପ୍ରୋଜେକଟ ମାଧ୍ୟମରେ ନିଜ ଭିତରେ ଥିବା ବୈଜ୍ଞାନିକ ମନୋଭାବକୁ ପ୍ରକାଶ ହୋଇଥାଏ ଓ ତାହା  ଖୋଲା ହୃଦୟରେ ଶିକ୍ଷକମାନଙ୍କ ସହାୟତା ନେଲେ ତାହା ପ୍ରକଟିତ ଘଟିଥାଏ ବୋଲି ନିଜ ବକ୍ତବ୍ୟରେ ମତ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥିମାନେ ଥିଲେ ସମାଜସେବୀ ପ୍ରଶାନ୍ତ ମିଶ୍ର, ଆଇନଜୀବୀ ବିଶ୍ୱଜିତ, ଆନାଜୁ କୁମାର ଜେନା, କକଙ୍କାହାତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଭାତ କୁମାର ମିଶ୍ର, ଅଖିଳ କୁମାର ସାହୁ, ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ର ଶିଶୁ ଦିବସର ପରିଭାଷା ଶୀର୍ଷକ ସ୍ୱହସ୍ତ ଲିଖିତ କବିତା ପାଠ କରିଥିଲେ । ଶିକ୍ଷକ ସୁଶୀଲ କୁମାର ସାହୁ କାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟତ୍ରୀ ସାରଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଭିଭାବକ ମାନଙ୍କ ତରଫରୁ ମେଆ ସଚିବ ଓ ମୁଲେୟାବେଗମ ପ୍ରଭୃତି ଯୋଗ ଦେଇଥିଲେ । ଶେଷରେ ଅତିଥିମାନେ ସମସ୍ତ ପ୍ରକଳ୍ପ ବୁଲି ଦେଖିଥିଲେ । ସିଆରସି ସୁବାସିନୀ ମିଶ୍ର ମଧ୍ୟ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରକଳ୍ପଗୁଡିକ ମଧ୍ୟରୁ ପ୍ରିତୀ ଅଞ୍ଜଳୀ ସିଂହଙ୍କର fire alarming, ମନୀଷା ଖଟୁଆଙ୍କର ବର୍ଷା ଜଳ ସଂରକ୍ଷଣ, ରଶ୍ମିତା ନାୟକଙ୍କ water level alarming ତିନୋଟି ପ୍ରକଳ୍ପକୁ ଶ୍ରେଷ୍ଠ ବିବେଚିତ କରାଯାଇଥିଲା ଓ ସେମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ ଅଥିତିବୃନ୍ଦ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି