ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ୫ ନମ୍ବର ୱାର୍ଡ ହରିଜନ ସାହି ଅଙ୍ଗନବାଡ଼ି କେନ୍ଦ୍ରରେ ଗଞ୍ଜାମ ବ୍ଲକ ସମ୍ମନିତ୍ୱ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ବିଜୁକନ୍ୟା ରତ୍ନ ଯୋଜନାରେ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ଗଂଜାମ ଜିଲ୍ଲାପାଳ ବଜୟ ଅମୃତ କୁଲାଙ୍ଗେଙ୍କ ଏପରି ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଝିଅ ଓ ପୁଅ ମତଭେଦକୁ ଭୁଲି କନ୍ୟାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ପୁଅମାନଙ୍କ ଅପେକ୍ଷା ଗଂଜାମ ଜିଲ୍ଲାରେ ଝିଅ ସଂଖ୍ୟା କମ ରହିଛି । ସାଧାରଣତଃ ଗ୍ରାମାଞ୍ଚଳମାନଙ୍କରେ ଝିଅ ଜନ୍ମ ହେବା ଏକ ବୋଝ ବୋଲି ବିଚାରକୁ ନିଆ ଯାଉଥିବା ପରିଲକ୍ଷିତ ହେଉଛି । ସାମ୍ପ୍ରତିକ ସମାଜରେ ଝିଅମାନେ ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ କରାଯାଇ ଝିଅମାନଙ୍କୁ ଜନ୍ମ ଦେଇଥିବା ମା’ମାନଙ୍କୁ ସମ୍ମାନିତ କରାଯାଇଥିଲା । ସଂମାନିତ ଅତିଥିମାନଙ୍କ ମଧ୍ୟରେ ଗଞ୍ଜାମ ବିଜ୍ଞା ପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ଟୁଡୁ, ଗଂଜାମ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନଜ କାନ୍ତ କର ପ୍ରମୁଖ ଯୋଗ ଦେଇ କନ୍ୟା ଭୃଣହତ୍ୟା କରା ନ ଯାଇ କନ୍ୟାମାନଙ୍କୁ ଦୁନିଆକୁ ଆଣିବା ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସୁପରଭାଇଜର କଳାବତୀ ବେହେରା ସଭାପତିଥ୍ୟ କରିଥିଲେ । ରାଜେଶ୍ୱରୀ ବେହେରା, ମୁକ୍ୟ ଦେବୀ, ପଦ୍ମା ଦେବୀ ଓ କୁସୁମ ଦେବୀ ପ୍ରମୁଖ ସୁପ୍ରଭାଇଜର କାର୍ୟ୍ୟକ୍ରମରେ ସାମିଲ ଥିବା ବେଳେ ଅଙ୍ଗନବାଡି କର୍ମୀ ବବିତା ପଣ୍ଡା ଓ ସ୍ୱୟଂ ସହାୟିକା ପ୍ରମିଳା ଦାଶ ପୁରାତନ କୁସଂସ୍କାର ପରିହାର କରି କନ୍ୟାମାନଙ୍କୁ ରତ୍ନ ମନେ କରିବା ସେମାନଙ୍କ ସୁରକ୍ଷା ଓ ସମ୍ମାନ ଦେବା ଆବଶ୍ୱକ ବୋଲି ମତ ବ୍ୟକ୍ତ କରିଥିଲେ । ଅଙ୍ଗନବାଡି କର୍ମୀ ବବିତା ସେଠୀ ଓ ପ୍ରମିତା କୁମାରୀ ନାୟକ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଗଂଜାମ ସହରାଞ୍ଚଳର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା, ସ୍ୱୟଂ ସହାୟିକା ଗୋଷ୍ଟିର ମହିଳାମାନେ ବହୁସଂଖ୍ୟାରେ ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା