ଶିଶୁ ସୁରକ୍ଷା ଲାଗି ସିଡିପିଓଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜରେ ଶିଶୁ ମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେମାନେ ମାନସିକ ସ୍ତରରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ବିଦ୍ୟାଳୟ ହେଉ ବା ପରିବାର ମଧ୍ୟରେ ସ୍ୱାଧିନଭାବେ କାର୍ଯ୍ୟକରିବାର ଅଧିକାର ପାଉନଥିବାରୁ ସେମାନଙ୍କର ଶାରିରୀକ, ମାନସିକ ଉନ୍ନତିରେ ବ୍ୟାଘାତ ସୃଷ୍ଟି ହେଉଛି । ଦେଶରେ ପ୍ରତିଦିନ କିଛିନା କିଛି ଶିଶୁ ନିର୍ଯ୍ୟାତନର ଶୀକାର ହେଉଥିବା ବେଳେ ଶିଶୁ ସୁରକ୍ଷା ଲାଗି ପୋସ୍କଭଳି ଆଇନ୍ ଧର୍ମକୁ ଆଖିଠାର ସଦୃଶ ହୋଇଛି । ଏବେ ଶିଶୁ ଦୁଷ୍କର୍ମ ସାମାଜିକ ବ୍ୟାଧିରେ ପରିଣତ ହୋଇଛି । ଏହାର ନିରାକରଣ ଲାଗି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକର କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସିଡିପିଓ ନିହାରୀକା ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ଗ୍ରାମରେ ଶିଶୁ ସୁରକ୍ଷା ସମିତି ଗଠନ କରିବା, ଶିଶୁ ମାନଙ୍କୁ ଗ୍ରାମସଭା ଓ ପଲ୍ଲି ସଭାରେ ଅଂଶ ଗ୍ରହଣ କରିବାଲାଗି ଅନୁମତି ଦେବା, ବିଦ୍ୟାଳୟ ପାଠ୍ୟକ୍ରମରେ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କୀତ ସ୍ଥାନ ପାଇବା, ଜଳେଶ୍ୱର ବ୍ଲକରେ ଚାଇଲ୍ଡଲାଇନ ଶାଖା ସ୍ଥାପନ କରିବା ଲାଗି ସମିକ୍ଷା ଚାନ୍ଦ, ସମ୍ବିତ ଚାନ୍ଦ, ସଂଗିତା ଗିରି, ସସ୍ମିତା ଗିରି, ରସ୍ମିତା ପ୍ରଧାନ, ଦେବଶ୍ରୀ ଗିରି ପ୍ରମୁଖ ବହୁ ଛାତ୍ରଛାତ୍ରୀ ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା