
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଖୁଲୁଡା ପଞ୍ଚାୟତରେ ଥିବା ଶୀତଳାମାତା ହାଇସ୍କୁଲର ୧୦ ଶ୍ରେଣୀ ଶିକ୍ଷାର୍ଥୀଙ୍କ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଡ. ଅଜିତ୍ କୁମାର ମହାନ୍ତି ପୌରହିତ୍ୟ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପକ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ସଂଜମତା, ସଂଗ୍ରାମ ଓ ସହନଶୀଳତା ଓ ଉତ୍ତମ ଆଚରଣ ଦ୍ୱାରା ଜଣେ ଶିକ୍ଷାର୍ଥୀ ସଫଳତା ହାସଲ କରିପାରେ ବୋଲି କହିଥିଲେ । ମୁଖ୍ୟଅତିଥିଭାବେ ବନମାଳୀ ବିଶ୍ୱାଳ, ସମ୍ମାନୀତ ଅତିଥିଭାବେ ଗୁରୁପ୍ରସାଦ ଗିରି ପ୍ରମୁଖ ଯୋଗ ଦେଇ ଦଶମ ଶ୍ରେଣୀ ଶିକ୍ଷାର୍ଥୀମାନେ ପାଠପଢା ସହିତ ସମାଜ ଗଠନରେ ସହାୟକ ହେବାକୁ ପରମାର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଅଂଜନ ପ୍ରଧାନ, ସଂଜୟ ପାଳ, ରଜନୀ ହାଁସଦା, କମଳାକାନ୍ତ ସାମଲ, ସଂଜୀବ ଗିରି ପ୍ରମୁଖ ଯୋଗ ଦେଇଥିବା ବେଳେ ନବମ ଶ୍ରେଣୀ ଶିକ୍ଷାର୍ଥୀମାନେ ବିଦାୟୀ ଶିକ୍ଷାର୍ଥୀ ମାନଙ୍କ ଉଦ୍ଦେଶରେ ବକ୍ତବ୍ୟ ରଖିଥିଲେ ।
ରିପୋର୍ଟ : ଭୂପତି ପରିଡା