ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡା ଗ୍ରାମ ପଞ୍ଚାଯତ ଅଧିନସ୍ଥ ମହୁଡା ଗ୍ରାମର ଭୈରବୀ ମନ୍ଦିର ପ୍ରାଙ୍ଗଣରେ ରିଲାଏନ୍ସ ଫାଉଣ୍ଡେସନ ଓ କୁକୁଡାଖଣ୍ଡି ପ୍ରାଣୀ ବିକାଶ ବିଭାଗ ସହଯୋଗରେ ଗୃହପାଳିତ ପ୍ରାଣୀ ପାଳକ ନିମନ୍ତେ ଶୀତ ଦିନରେ କିପରି ନିଜର ଗୃହ ପାଳିତ ପ୍ରାଣୀ ଯଥା ଦୁଧିଆଳୀ ଗାଈ, ଛେଳି ଓ କୁକୁଡା ମାନଙ୍କର ଯତ୍ନ ନେଇପାରିବେ ସେହି ସମ୍ବଧୀୟ ଏକ ମୋବାଇଲ ଅଡିଓ କନଫରେନ୍ସ ଅନୁଷ୍ଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ବ୍ଲକରୁ ଡାକ୍ତର ପିତାବାଷ ସାହୁ, ବ୍ଲକ ପ୍ରାଣୀ ଚିକିତ୍ସ୍ୟା ଅଧିକାରୀ ଅଡିଓ କନଫରେନ୍ସ ମାଧ୍ୟମରେ ଗୃହ ପାଳିତ ପ୍ରାଣୀ ମାନଙ୍କର ଯତ୍ନ ଯଥା ଟୀକାକରଣ, ନିୟମିତ ଗୋବର ଓ କୃମି ପରୀକ୍ଷା, ଟିଙ୍କ, ଗର୍ଭ ଲେଉଟାଇବା, ସବୁ ଦିନିଆ ଘାସ ଚାଷ ସହିତ ପାଣିର ଆବଶ୍ୟକତା, ବର୍ତମାନ ଦେଖା ଯାଉଥିବା ଚର୍ମ ବିଣ୍ଡି ରୋଗ ପ୍ରତିକାର ଓ ପ୍ରତିଷେଧକ ବିଷୟରେ ସଚେତନତା କରିବା ସହିତ କୌଣସି ସମସ୍ୟା ସମ୍ବଧୀୟ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଥିଲେ | ଏଥିରେ ଫାଉଣ୍ଡେସନ ତରଫରୁ ପ୍ରଶାନ୍ତ ପଣ୍ଡା, ଜିଲ୍ଲା ସଂଯୋଜକ, କନଫରେନ୍ସ ମାଧ୍ୟମରେ ଫାଉଣ୍ଡେସନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ୧୮୦୦୪୧୯୮୮୦୦ ମାଧ୍ୟମରେ ଚାଷୀ ଭାଇ କୃଷି ଓ ଆନୁଷଙ୍ଗିକ କୃଷି ସମ୍ବଧୀୟ ସମସ୍ତ ପରାମର୍ଶ ବିନା ମୂଲ୍ୟରେ ଯୋଗାଯୋଗ କରି ପାରିବେ | ଏହି କାର୍ଯ୍ୟକର୍ମ ଟିକୁ ମାନସ କୁମାର ବେହେରା, କାର୍ଯ୍ୟକ୍ରମ ସଂଯୋଜକଙ୍କ ସହିତ ମହୁଡା ଗ୍ରାମର ସଞ୍ଜୟ ସାହୁ, ସରପଞ୍ଚ, ମହୁଡା ଗ୍ରାମ ପଞ୍ଚାଯତ, ମନରଞ୍ଜନ ମଣ୍ଡଲ, ଶିଶିର କୁମାର ପ୍ରଧାନ ଓ ନାରାୟଣ ପ୍ରଧାନ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ |
ରିପୋର୍ଟ : ନିମାଇଁ ଚରଣ ପଣ୍ଡା