

ଛତ୍ରପୁର (ସମୃଦ୍ଧ ଓଡିଶା) ନେହରୁ ଯୁବ କେନ୍ଦ୍ର ତରଫରୁ ଟ୍ରୀ ଫାଉଣ୍ଡେସନ ସାହାଯ୍ୟରେ ଶେରଗଡ଼ ଠାରେ ବ୍ଲକ ସ୍ତରୀୟ କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ତାରିଣୀ ଓ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଗୌରହରି ବିଷୋୟୀ ଉଦଘାଟନ କରିଥିଲେ । ଏହାସହ ଗୌରହରି ବିଷୋୟୀ, ଅମିତ ସାହୁ, ସୁବାଷ ଚନ୍ଦ୍ର ତାରିଣୀ, ଏସ.ବାଲାଜୀ ପାତ୍ର ଏବଂ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଧାଂଶୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ କ୍ରୀଡାର ଉପକାରିତା ବିଷୟରେ ଆଲୋକପାତ କରି ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ୧୦୦ରୁ ଉର୍ଦ୍ଧ ପିଲା ଭାଗ ନେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଯୁବ ସ୍ଵେଚ୍ଛାସେବୀ ତଥା ଟ୍ରୀ ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ଓ ଦୀପ୍ତିମୟୀ ମଲ୍ଲୀକ, ସଞ୍ଜୟ କୁମାର ପ୍ରଧାନ ସୁଚାରୁ ରୂପେ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

