ଛତ୍ରପୁର (ସମୃଦ୍ଧ ଓଡିଶା) ଶେରଗଡ଼ ଗାଁର ହରିଜନ ଲୋକଙ୍କ ପକ୍ଷରୁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଶେରଗଡ଼ ତହସିଲ ଅଧୀନ ଶେରଗଡ଼ ଗାଁର ହରିଜନ ଲୋକେ ଘର ନିର୍ମାଣ ଲାଗି ଜମି ଯୋଗାଇବାକୁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ । ପୂର୍ବରୁ ଏନେଇ ଶେରଗଡ଼ ବିଡ଼ିଓ ଓ ତହସିଲଦାରଙ୍କୁ ଭେଟି ସେମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ସମସ୍ୟା ସମାଧାନ ନ ହେବାରୁ ଗ୍ରାମବାସୀ ଗତକାଲି ସପରିବାର ଛତ୍ରପୁର ଆସି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ସେମାନେ ହରିଜନ ଶ୍ରେଣୀର ଲୋକ ମୂଲ ଲାଗି ପରିବାରର ପ୍ରତିପୋଷଣ କରନ୍ତି । ଘର ନିର୍ମାଣ କରିବା ପାଇଁ ସେମାନଙ୍କର ଜମି ନ ଥିବାବେଳେ ସ୍ୱଳ୍ପ ଆୟ ଯୋଗୁଁ ଜମି କିଣିବା ସମ୍ଭବପର ନୁହେଁ । ତେବେ ଗରିବ ଓ ହରିଜନ ପରିବାରଙ୍କୁ ଘର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଜମି ପ୍ରଦାନ କରାଯାଉଛି । ଏଣୁ ସେମାନଙ୍କୁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା