ଶେରଗଡ଼ (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ଼ ବ୍ଲକ ଗସ୍ତରେ ଯାଇ ପରିଦର୍ଶନ କରିଛନ୍ତି । ସୂଚନା ଯେ ବ୍ଲକ ସମ୍ମୁଖରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କହିଛନ୍ତି ଯେ ନିଜ ପଞ୍ଚାୟତର ସମସ୍ତ ୱାର୍ଡରେ ଗୋଟିଏ ଲେଖାଏଁ କମିଟି ଗଠନ କରି କରୋନା ମୁକାବିଲା କରନ୍ତୁ । ଆମକୁ ଜୁଲାଇ ମାସ ଜଗିବାକୁ ପଡିବ । କାରଣ ପ୍ରବାସୀ ମାନେ ବର୍ତ୍ତମାନ ଘରକୁ ଫେରିଛନ୍ତି । ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ପୂର୍ବରୁ କରୋନା ମୁକିବିଲା ନେଇ ଯୋଜନା କରନ୍ତୁ । ଆମକୁ ଦିନ ରାତି କାମ କରିବାର ଅଛି । ଏହି ସମୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ୱାର୍ଡ କମିଟି ସହଯୋଗରେ ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁନ୍ତୁ । ଗ୍ରାମର କେଉଁ ମାନେ ବାହାରେ ଅଛନ୍ତି ସେମାନଙ୍କ ତଥ୍ୟ ରଖନ୍ତୁ । ୱାଟସଅ।ପ ଗୃପ କରି ସମସ୍ତଙ୍କୁ ସାମିଲି କରନ୍ତୁ । ବର୍ତ୍ତମାନ ଶେରଗଡ଼ ସମସ୍ତ ଆକ୍ରାନ୍ତ ଭଲ ହୋଇ ସାରିଥିବା ବେଳେ ମୋଟ ୮ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଥିବା କହିଥିଲେ । ସେଥି ମଧ୍ୟରେ ପଦ୍ମପୁରର ୪, କୁରୁଳାର ୧, ତାକରଡାର ୧, ଠୁରୁବୁରାଇର ୧, ମହୁପଦର ୧ ଅଛନ୍ତି । ଦୋକାନ ବଜାରରେ ଯେଉଁ ବ୍ୟବସାୟୀ ମାନେ ସାମାଜିକ ଦୂରତ୍ୱ ମାନୁନାହଁନ୍ତି, ମାସ୍କ ପିନ୍ଧୁ ନାହାନ୍ତି ବା ଗ୍ରାହକ ମାନଙ୍କୁ ବିନା ମାସ୍କରେ ଜିନିଷ ଦେଉଛନ୍ତି ସେମାନଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟବସାୟୀ କରୁଥିବା ବ୍ୟକ୍ତି ମାନେ ୮ଟି ଅନୁଶାସନ ମାନିବାକୁ ବାଧ୍ୟତା ହେଲା ଦୋକାନ ଆଗରେ ବେରିକେଟ, ମାସ୍କ, ସାମାଜିକ ଦୂରତ୍ୱ, ଗହଳି କରିବେନାହିଁ, ରେଜିଷ୍ଟ୍ରର ପରିଚାଳନା, ନିୟମ କାନୁନ, ହେଣ୍ଡ ସାନିଟାଇଜ, ସୂଚନା ଫଳକ, ଦର ନିୟନ୍ତ୍ରଣ ଠିକ କରିବା ଉପରେ ଗୁରୁତ୍ୱ ଦେଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପଞ୍ଚାୟତର ସରପଞ୍ଚ ମାନେ ଏ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି । ସେହି ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ, ତହସିଲଦାର, ଡଃ ଦୟାସିନ୍ଧୁ ପରିଡା,ସିଡିପିଓ ଜୟନ୍ତୀ ପାଟପିଙ୍ଗୁଆ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ମହିନ୍ଦ୍ର କୁମାର ଷଡ଼ଙ୍ଗୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ । ବ୍ଲକର ୨୨ଟି ପଞ୍ଚାୟତର ସରପଞ୍ଚ ମାନେ ମଧ୍ୟ ଯୋଗ ଦେଇଥିଲେ ।
ରିପୋର୍ଟ-ବିପ୍ଳବ ସେଠୀ