ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ଶେରଗଡ଼ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସୂଚନା ଅନୁଯାୟୀ ବ୍ଲକର ୩୦ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ୫୨ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ କରୋନା ୧୫ କରୋନା ଯୋଦ୍ଧା, ୩୦ ପ୍ରବାସୀ, ଅନ୍ୟସ୍ଥାନୀୟ ୫ଟି କେସ୍ ଥିବାବେଳେ ଦୁଇଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏକ ତଥ୍ୟକୁ ଆଧାର କରି ବର୍ତ୍ତମାନ ବ୍ଲକର ୨୨ ପଞ୍ଚାୟତରେ କୋଭିଡ୍ କେୟାର ସେଣ୍ଟର ଖୋଲା ଯାଇଛି । ଆକ୍ରାନ୍ତ ହୋଇଥିବା ଗ୍ରାମ ମଧ୍ୟରେ ଅଲାରିଗଡ଼, କୁରୁଲା, ପିତ୍ତଳ, ନରେନ୍ଦ୍ରପୁର, କାଞ୍ଜିଆମା, ରାମଚନ୍ଦ୍ରପୁର, ଗୋବିନ୍ଦପୁର, ସେରଙ୍କୁଡା,ସାଗ୍ରପଲି, ପଦ୍ମପୁର, ବନ୍ଧାଗୁଡା, ବାକିଲିକଣା, ସମେତ ୩୦ଟି ଗ୍ରାମରେ ଏହା ବ୍ୟାପିଛି । ଫଳରେ ଶେରଗଡ଼ ବ୍ଲକ ଅଞ୍ଚଳରେ ଏକ ପ୍ରକାର ଅସୁସ୍ଥ ବାତାବରଣ ଆସିଯାଇଛି । କରୋନା ଯୋଦ୍ଧା ମଧ୍ୟରେ ସରପଞ୍ଚ, ଡାକ୍ତର, ଅଙ୍ଗନଓ୍ବାଡି କର୍ମୀ, ସହାୟିକା ଅଛନ୍ତି । ଶେରଗଡ଼ର ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଚାରିଛକରେ ବ୍ୟାରିକେଟ୍ କରାଯାଇଛି । ସୋମବାର ଶେରଗଡ଼ ଥାନା ଆଇଆଇସି ରମେଶ ଚନ୍ଦ୍ର ଦାସ, ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ପହଞ୍ଚି କଡ଼ା ଯାଞ୍ଚ କରୁଥିବା ଜଣାପଡିଛି ।
ରିପୋର୍ଟ – ବିପ୍ଳବ ସେଠୀ