ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶ୍ରମ ଆଇନର ସୁଧାରକୁ ବିରୋଧ କରି ବ୍ରହ୍ମପୁରରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇ କରୋନା ଜନିତ ଦୁର୍ଦ୍ଧିନ ସମୟରେ ଆୟ କର ଦେଉ ନ ଥିବା ପ୍ରତି ପରିବାରକୁ ମାସକୁ ୭୫୦୦ ଟଙ୍କା ଦେବା ପାଇଁ ଦାବୀ କରାଯାଇଛି l ଏଥିରେ ଗଞ୍ଜାମରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ, ସରକାର ଓ ପ୍ରଶାସନର ଭୁଲ ନୀତି ପାଇଁ ଗଞ୍ଜାମ ବାସୀ କରୋନା ମହାମାରୀର ଗର୍ଭ ଭିତରକୁ ଧୀରେ ଧୀରେ ଚାଲି ଯାଉଛନ୍ତି l ପ୍ରଥମ ଅବସ୍ଥାରେ କରୋନା ଠାରୁ ମୁକ୍ତ ଥିବା ଗଞ୍ଜାମ ଜିଲ୍ଲା, ରାଜ୍ୟ ସରକାରଙ୍କ ଭୁଲ ପ୍ରବାସୀ ନୀତି ଯୋଗୁ ଆଜି ରାଜ୍ୟରେ ସଂକ୍ରାମଣ ଓ ମୃତ୍ୟୁରେ ଏକ ନମ୍ବର ହୋଇଛି l ସରକାର ଓ ପ୍ରଶାସନ ରୋଗୀ ଓ ରୋଗକୁ ମୁକାବିଲା କରିବା ପ୍ରତି ବଦଳରେ ଲୋକଙ୍କୁ ଜରିମନା ଆଦାୟରେ ଅଧିକ ସମୟ ଦେଲେ, କୋବିଡ ହସ୍ପିଟାଲରେ ସାମାନ୍ୟ ସୁବିଧା ନାହିଁ l କେବଳ ତାଲା ବନ୍ଦରେ ସରକାର ଅଧିକ ବିଶ୍ୱାସ କଲେ l ଆଜି ମଧ୍ୟ ଜିଲ୍ଲାରେ ଆଶା ଅନୁରୂପ ପରୀକ୍ଷା କରା ଯାଉନାହିଁ l ରୋଗୀଙ୍କୁ ଯେତେବେଳେ ହସ୍ପିଟାଲରୁ ଡିସ୍ଚାର୍ଜ କରା ଯାଉଛି, ପୁନଃ ପରୀକ୍ଷା କରାଯାଉ ନାହିଁ l ତାଲା ବନ୍ଦ ନେଇ ଯେଉଁ ସାପ୍ତାହିକ କଟକଣା ରହିଛି, ତାହା ଏକ ଭୁଲ ନିଷ୍ପତି, ଏତେ ବଡ଼ ସହରକୁ ଜୋନ ସ୍ତରୀୟ ଭାଗ ନ କରି,ଏକ ନିଧିଷ୍ଟ ସମୟରେ ଦୋକାନ ବଜାର ଖୋଲିବାକୁ କହିବା ଫଳରେ ଯେଉଁ ଗହଳି ହେଉଛି ତାହା କରୋନା ଭୁତାଣୁ ସଂକ୍ରାମଣକୁ ଟାଣି ଆଣୁଛି l ଡାକ୍ତର ଓ ନର୍ସମାନଙ୍କୁ ଉପଯୁକ୍ତ ସୁବିଧା ଯୋଗାଇବାରେ ଜିଲ୍ଲା ପ୍ରଶାସନ ଓ ସରକାର ବିଫଳ ହୋଇଛି l ଏଥିନେଇ ସେମାନେ ମଧ୍ୟ ଆନ୍ଦୋଳନ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି l ଏହାସହ ଏବେ ମଧ୍ୟ ସରକାର, ପ୍ରଶାସନ, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧିଙ୍କୁ ବିଶ୍ୱାସକୁ ନେଇ ଜିଲ୍ଲାରେ ବିଗିଡି ଯିବାକୁ ବସିଥିବା ସ୍ଥିତିକୁ ସୁଧାରନ୍ତୁ, ସରକାର ଯୁଦ୍ଧ କାଳୀନ ଭିତିରେ ପରୀକ୍ଷାକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଆଇନଜୀବୀ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଦାବି କରିଛନ୍ତି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା